ଭୁବନେଶ୍ୱର : ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଆସନ୍ତା ଅକ୍ଟୋବର ୨୬ରୁ ଘରକୁ ଘର ଭୋଟର ତାଲିକା ସର୍ଭେ ଆରମ୍ଭ ହେବ। ଏହି ସର୍ଭେ କାର୍ଯ୍ୟ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ । କଣ କଣ କାର୍ଯ୍ୟକ୍ରମ ଏହି ସର୍ଭେ ମାଧ୍ୟମରେ କରାଯିବ ସେନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢୀ ପ୍ରେସ୍ ମିଟ୍ କରୁଛନ୍ତି ।
