Thursday, October 15, 2026
26.4 C
Odisha

    ରମାଦେବୀ ବିଶ୍ୱବିଦ୍ୟାଳୟ ସାମ୍ନାରେ ହଙ୍ଗାମା, ଇପସିତାଙ୍କୁ ଉଠାଇନେଲା ପୋଲିସ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନ ବେଳେ ରମାଦେବୀ ବିଶ୍ୱବିଦ୍ୟାଳୟ ସାମ୍ନାରେ ପୋଲିସ ଆକ୍ସନ । BCJD ସଭାନେତ୍ରୀ ଇପସିତା ସାହୁଙ୍କୁ ନେଲା ପୋଲିସ । ଇପସିତାଙ୍କ ନାଁରେ ସହିଦନଗର ଥାନାରେ ଅଭିଯୋଗ । ଇପସିତାଙ୍କୁ ପୋଲିସ ନେବା ପଛରେ କ’ଣ ରହିଛି କାରଣ? କେଉଁ ଅଭିଯୋଗରେ ଇପସିତାଙ୍କୁ ନେଲା ପୋଲିସ? ଇପସିତା ଅଟକ ନା ଗିରଫ ସ୍ପଷ୍ଟ ହୋଇନି ସ୍ଥିତି ।

    ସୂଚନା ଅନୁସାରେ, ଇପସିତା ସାହୁଙ୍କ ନାଁରେ ସହିଦନଗର ଥାନାରେ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ନେଇଥିବା ଜଣାପଡ଼ିଛି । ତେବେ ତାଙ୍କ ବିରୋଧରେ କେଉଁ ନିର୍ଦ୍ଦିଷ୍ଟ ଅଭିଯୋଗ ହୋଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।

    ଅନ୍ୟପଟେ, ଇପସିତା ସାହୁଙ୍କୁ ପୋଲିସ ଅଟକ ରଖିଛି ନା ତାଙ୍କୁ ଗିରଫ କରିଛି, ସେନେଇ ମଧ୍ୟ ସ୍ଥିତି ସ୍ପଷ୍ଟ ହୋଇନାହିଁ । ପୋଲିସର ଏହି ପଦକ୍ଷେପ ପଛରେ ପ୍ରକୃତ କାରଣ କ’ଣ, ଅଭିଯୋଗରେ କେଉଁ ସବୁ ତଥ୍ୟ ରହିଛି ଏବଂ ଘଟଣା ସହ ଛାତ୍ର ସଂସଦ ନିର୍ବାଚନର ସମ୍ପର୍କ କ’ଣ, ତାହା ଏବେ ମୁଖ୍ୟ ପ୍ରଶ୍ନ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.4 ° C
    26.4 °
    26.4 °
    86 %
    1.3kmh
    75 %
    Thu
    24 °
    Fri
    29 °
    Sat
    30 °
    Sun
    24 °
    Mon
    26 °

    ସମ୍ବନ୍ଧିତ