Friday, October 18, 2024
25 C
Odisha

    ତ୍ୱଚାରେ ଚମକ ଆଣିବା ସହ ଏହି ସବୁ ଶାରୀରିକ ସମସ୍ୟାରୁ ମୁକ୍ତି ଦେଇଥାଏ କମଳା

    ଆଗକୁ ପଢନ୍ତୁ

    କମଳାରେ ଭିଟାମିନ୍‌ ସିର ମାତ୍ରା ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । ଏହା ସହ ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଏବଂ ଅନ୍ୟ ପୋଷକ ତତ୍ତ୍ୱ କର୍କଟ ରୋଗ ଏବଂ ମଧୁମେହ ଭଳି ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏବେ ଆସନ୍ତୁ ଜାଣିବା ପ୍ରତିଦିନ ଗୋଟେ କମଳା ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ…

    ୧. କମଳାର ସେବନ ପ୍ରତିଦିନ କରିବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ଠିକ୍‌ ରହିବା ସହ ରକ୍ତ ସଞ୍ଚାଳନ ଠିକ୍‌ ଭାବରେ ହୋଇଥାଏ । ଏହା ସହ ଏଥିରେ ଥିବା ଫାଇଟୋକେମିକାଲ ତତ୍ତ୍ୱ ରକ୍ତ ଜମାଟ ବାନ୍ଧିବାକୁ ଦେଇ ନଥାଏ । ଯାହାଦ୍ୱାରା ହୃଦ୍‌ ସମସ୍ୟାର ମଧ୍ୟ ଆଶଙ୍କା କମ ହୋଇଥାଏ ।

    ୨.କମଳାରେ ନ୍ୟାଚୁରାଲ ସୁଗାର ଥିବାରୁ ଏହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ଯାହାଦ୍ୱାରା ମଧୁମେହ ଭଳି ରୋଗ ହେବାର ଆଶଙ୍କା କମ ହୋଇଥାଏ । ମଧୁମେହ ରୋଗୀମାନେ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ କମଳା ଖାଇ ପାରିବେ ।

    ୩. ଏଥିରେ ଭିଟାମିନ୍‌ ସି ଥିବାରୁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଯାହାଦ୍ୱାରା ନିୟମିତ ଭାବେ କମଳା ଖାଉଥିବା ବ୍ୟକ୍ତି ସହଜରେ ରୋଗଗ୍ରସ୍ତ ହୁଅନ୍ତି ନାହିଁ ।

    ୪.ଏଥିରେ ଭିଟାମିନ୍‌ ସି, ଆଣ୍ଟି-ଅକ୍ସିଡ଼ିାଣ୍ଟ, ଆଣ୍ଟି-ଇନ୍‌ଫ୍ଲେମେଣ୍ଟ୍ରି, ବିଟା-କେରୋଟିନ୍‌ ରହିଥାଏ, ଯାହା ତ୍ୱଚାଜନିତ ସମସ୍ତ ସମସ୍ୟା ଦୂର କରି ତ୍ୱଚାରେ ଚମକ ଆଣିଥାଏ । ତ୍ୱଚାରେ ଚମକ ଆଣିବା ପାଇଁ ଆପଣ ମୁହଁରେ କମଳା ଲଗାଇ ପାରିବେ ।

    ୫.କମଳାରେ କେରୋଟିନାଇଡ୍‌ ରହିଥାଏ, ଯାହା ଦୃଷ୍ଟିଶକ୍ତିକୁ ମଧ୍ୟ ମଜବୁତ୍‌ କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25 ° C
    25 °
    25 °
    89 %
    1.1kmh
    15 %
    Fri
    32 °
    Sat
    31 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ