Tuesday, October 6, 2026
31.6 C
Odisha

    ଏସ୍‌ସିବି ଏମ୍‌ସ ପ୍ଲସ୍‌ ପ୍ରକଳ୍ପର ସମୀକ୍ଷା; ନିର୍ଦ୍ଧାରିତ ସମୟରେ କାମ ସାର: ପାଣ୍ଡିଆନ

    ଆଗକୁ ପଢନ୍ତୁ

    କଟକ: ୪୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ଚାଲିଥିବା ବିଶ୍ୱସ୍ତରୀୟ କଟକ ବଡ଼ ଡ଼ାକ୍ତରଖାନା ଏମ୍‌ସ ପ୍ଲସ୍‌ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଜି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ ସମୀକ୍ଷା କରିଛନ୍ତି। ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ନିର୍ଦ୍ଧାରିତ ସମୟସୀମା ଭିତରେ କାମ ସାରିବାକୁ କାର୍ଯ୍ୟନିର୍ବାହୀ ସଂସ୍ଥାଗୁଡ଼ିକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକଳ୍ପ ୨୦୨୫ ଫେବ୍ରୁଆରି ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ମଧ୍ୟାହ୍ନରେ ଶ୍ରୀ ପାଣ୍ଡିଆନ୍‌ କଟକ ଗସ୍ତରେ ଆସି ଏସ୍‌ସିବି ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍‌ରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ପ୍ରକଳ୍ପସ୍ଥଳରେ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଯାଞ୍ଚ କରିବା ସହ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ନିର୍ମାଣସ୍ଥଳରେ ଦେଖାଦେଉଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯିବା ବେଳେ ବାଲି ଓ ଗୋଡ଼ି ଯୋଗାଣ ନେଇ ସମସ୍ୟା ସାମ୍ନାକୁ ଆସିଥିଲା। ସେ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ୪୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପରେ ଆବାସିକ ବ୍ଲକ୍‌ ଓ ୨୦୫୮ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରହିଛି। ଶ୍ରୀ ପାଣ୍ଡିଆନ୍‌ ଏହି ଗସ୍ତବେଳେ ଇଞ୍ଜିନିୟର୍ ଏବଂ କାର୍ଯ୍ୟନିର୍ବାହୀ ଏଜେନ୍ସିମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ସଚିବ ଭିନିଲ୍‌ କ୍ରିଷ୍ଣl, ସିଡିଏ ଅଧ୍ୟକ୍ଷ ତଥା ଏସ୍‌ସିବି ସମ୍ପ୍ରସାରଣ ପ୍ରକଳ୍ପର ଅଧ୍ୟକ୍ଷ ଅନୀଲ ସାମଲ, କଟକ ଜିଲ୍ଲାପାଳ ବିନିତ୍‌ ଭରଦ୍ବାଜ, ଓବିସିସିର ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.6 ° C
    31.6 °
    31.6 °
    53 %
    2.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ