Monday, October 5, 2026
22.4 C
Odisha

    ରାମ ଲଲ୍ଲାଙ୍କ ଦର୍ଶନ ପାଇଁ ଆସିଲେ ଲୋକେ ଅଯୋଧ୍ୟାବାସୀଙ୍କ ଘରେ ରହିପାରିବେ’: ଓୟୋ କମ୍ପାନି

    ଆଗକୁ ପଢନ୍ତୁ

    ଅଯୋଧ୍ୟା: ଜାନୁଆରି ୨୨ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବାବେଳେ ଗୁରୁବାର ମନ୍ଦିରରେ ମୂର୍ତ୍ତି ପ୍ରତିଷ୍ଠା ହୋଇଛି। ଜାନୁଆରି ୨୨ ତ‌ାରିଖ ପରେ ଲକ୍ଷାଧିକ ସଂଖ୍ୟାରେ ଲୋକେ ଅଯୋଧ୍ୟା ଯିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ଯାତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି ଅନଲାଇନ ହୋଟେଲ ମଞ୍ଚ ଓୟୋ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ପୂର୍ବରୁ ୬୫ଟି ହୋମ ଷ୍ଟେ(ଘରେ ରହିବାର ବ୍ୟବସ୍ଥା) ଓ ହୋଟେଲ ଖୋଲିଛି ବୋଲି କମ୍ପାନି ପକ୍ଷରୁ ପ୍ରକାଶ ପାଇଛି। କମ୍ପାନି ପକ୍ଷରୁ କୁହାଯାଇଛି କି  ସହରରେ ଯେଉଁ ହୋଟେଲ ଖୋଲା ଯାଇଛି ସେଥିମଧ୍ୟରୁ ୫୧ଟି ଓୟୋ ହୋମ ଷ୍ଟେ ଓ ୧୪ଟି ହୋଟେଲ ସାମିଲ ରହିଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମିତ ହେବା ଦ୍ବାରା ଓୟୋ ବ୍ୟବସାୟରେ ଉନ୍ନତୀ ହୋଇଛି।

    ସୂଚନାଯୋଗ୍ୟ,ଲୋକମାନଙ୍କୁ ସୁଲଭ ମୂଲ୍ୟରେ ରୁମ୍‌ ଯୋଗାଉଥିବା ଓୟୋ କମ୍ପାନି ଏବେ ଅଯୋଧ୍ୟାବାସୀଙ୍କ ଘରେ ୬୫ଟି ‘ହୋମ ଷ୍ଟେ’ ସୁବିଧା କରିଛି।  ତେବେ ହୋଟେଲ ଓ ଘରମାନଙ୍କରେ ଓୟୋ ଚଲାଇବା ପାଇଁ କମ୍ପାନି କିଛିଦିନ ତଳେ ଅଯୋଧ୍ୟା ବିକାଶ ପ୍ରାଧିକରଣ ଏବଂ ଉତ୍ତରପ୍ରଦେଶ ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମ ସହିତ ସହଭାଗୀ ହୋଇଛି।

    ଅନ୍ୟପକ୍ଷରେ ଅଯୋଧ୍ୟାରେ ପହଞ୍ଚୁଥିବା ଭିନ୍ନକ୍ଷମ ଭକ୍ତଙ୍କ ପାଇଁ ଓୟୋ  ରେମ୍ପ ସୁବିଧା ସହିତ ୧୫ଟି ହୋମ ଷ୍ଟେ ଖୋଲିଛି। ହୋଟେଲ ହେଉ କି ଘରେ ଗୋଟିଏ ରାତି ରହିବା ପାଇଁ ଗ୍ରାହକଙ୍କୁ ୧୦୦୦ଟଙ୍କା ପୈଠ କରିବ‌ାକୁ ପଡ଼ିବ ବୋଲି ଓୟୋର ସ୍ବତନ୍ତ୍ର ନିର୍ଦ୍ଦେଶକ ଦୀପା ମଲିକ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    75 %
    1.4kmh
    0 %
    Sun
    22 °
    Mon
    31 °
    Tue
    31 °
    Wed
    31 °
    Thu
    29 °

    ସମ୍ବନ୍ଧିତ