Monday, October 19, 2026
21.9 C
Odisha

    ଧାରା ୩୭୦ ପ୍ରସଙ୍ଗରେ କଂଗ୍ରେସ-ଏନସି ମେଣ୍ଟ ସହ ଏକମତ ଅଛୁ : ପାକିସ୍ତାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ପଡ଼ୋଶୀ ଦେଶରୁ ଧାରା ୩୭୦କୁ ନେଇ ବିବାଦୀୟ ବୟାନ ଆସିଛି। ଧାରା ୩୭୦ ଉଚ୍ଛେଦ ପାଇଁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ସମର୍ଥନ କରିଛନ୍ତି।Sambad icon

    ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ପଡ଼ୋଶୀ ଦେଶରୁ ଧାରା ୩୭୦କୁ ନେଇ ବିବାଦୀୟ ବୟାନ ଆସିଛି। ଧାରା ୩୭୦ ଉଚ୍ଛେଦ ପାଇଁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ସମର୍ଥନ କରିଛନ୍ତି।

    ଜିଓ ନ୍ୟୁଜ୍ ସହ କଥାବାର୍ତ୍ତା କରି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ୍ କଶ୍ମୀର ବିଷୟରେ କହିଥିଲେ, ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଏବଂ ୩୫ଏ ପୁଣି ଲାଗୁ ପାଇଁ ପାକିସ୍ତାନ ସରକାର ଏବଂ ନ୍ୟାସନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ ଏକମତ ଅଛନ୍ତି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ୍ କଶ୍ମୀର ବିଷୟରେ କହିଛନ୍ତି, ଜମ୍ମୁ-କଶ୍ମୀରରେ ଧାରା ୩୭୦ ଏବଂ ୩୫ଏ ପୁଣି ଲାଗୁ ପାଇଁ ପାକିସ୍ତାନ ସରକାର ଏବଂ ନ୍ୟାସନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ ଏକମତ ଅଛନ୍ତି ।
    ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ପ୍ରଚାର ପାଇଁ କଟ୍ରାରେ ପହଞ୍ଚିଥିବା ବେଳେ ପଡ଼ୋଶୀ ଦେଶର ବୟାନର ଜବାବ ଦେଇପାରନ୍ତି ବୋଲି ସୂଚନା ମିଳିଛି। ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର (୧୯ ସେପ୍ଟେମ୍ବର ୨୦୨୪) କଟ୍ରାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ।

    ଏହା ପୂର୍ବରୁ ନ୍ୟାସନାଲ କନଫରେନ୍ସ ବି ଧାରା ୩୭୦ ପୁଣି ଲାଗୁ କରିବା ସମ୍ପର୍କରେ ନିର୍ବାଚନ ପ୍ରଚାର ସମୟରେ ଘୋଷଣା କରିଥିଲା । ଏହି ଦଳ ସହ କଂଗ୍ରେସ ମେଣ୍ଟ କରିଥିବାରୁ ବିଜେପି ସେତେବେଳେ କଂଗ୍ରେସକୁ ସମାଲୋଚନା କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ