Tuesday, September 29, 2026
23.8 C
Odisha

    ହାଡ଼ ମଜଭୁତ ପାଇଁ ପିଅନ୍ତୁ ପାଳଙ୍ଗ ସୁପ୍

    ଆଗକୁ ପଢନ୍ତୁ

    ସୁସ୍ଥ ଶରୀର ପାଇଁ ହାଡ଼ ସୁସ୍ଥ ତଥା ମଜଭୁତ ରହିବା ନିତ୍ୟାନ୍ତ ଜରୁରୀ। କାରଣ ସଠିକ ଖାଦ୍ୟପେୟର ଅଭାବରୁ ବୟସ ବୃଦ୍ଧି ସହ ହାଡ ଜନିତ ବିଭିନ୍ନ ଯନ୍ତ୍ରଣା ଆରମ୍ଭ ହୋଇଥାଏ। ଏଭଳି ସମୟରେ ଶରୀରକୁ ସଠିକ୍ ମାତ୍ରାରେ ପୋଷକ ତତ୍ତ୍ୱ ମିଳିବା ଜରୁରୀ। ଯାହା ଆପଣଙ୍କ ହାଡକୁ ମଜଭୁତ କରିବାରେ ବେଶ ସହାୟକ ହେବ। ଏହାସହ ଏପରି ମଧ୍ୟ ବହୁ ଖାଦ୍ୟପଦାର୍ଥ ରହିଛି ଯେଉଁଥିରେ ପ୍ରାକୃତିକ ଉପାୟରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ ଡ଼ି, ଫସଫରସ୍, କ୍ୟାଲସିୟମ ରହିଛି। ଯାହାକୁ ସେବନ କରିବା ଦ୍ୱାରା ହାଡ ଜନିତ ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ। ସେଭଳି କିଛି ଖାଦ୍ୟ ମଧ୍ୟରୁ ଗୋଟିଏ ହେଉଛି ପାଳଙ୍ଗ ଶାଗ। ଏଥିରେ ଭରପୁର ମାତ୍ରାରେ ମିନେରାଲ୍ସ ଓ ପୋଷକ ତତ୍ତ୍ୱ ରହିଛି।
    ପାଳଙ୍ଗଶାଗରେ ଭିଟାମିନ ବି, ଏ, ସି, କେ ସହ ମ୍ୟାଗ୍ନେସିୟମ, ପୋଟାସିୟମ, ଫସଫରସ ଆଦି ରହିଛି। ଏଥିରେ କ୍ୟାଲସିୟମ ମଧ୍ୟ ପ୍ରଚୁର ପରିମାଣରେ ରହିଛି। ପାଳଙ୍ଗ ଶାଗକୁ ସିଧାସଳଖ ବ୍ୟଞ୍ଜନ ଭାବେ ପ୍ରସ୍ତୁତ କରି ଖାଇବା ସହ ଏହାର ସୁପ ମଧ୍ୟ ପ୍ରସ୍ତୁତ କରି ପିଇପାରିବେ। ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ….
    ବାଦାମ ମଞ୍ଜି – ୧କପରୁ କମ
    ବଟର – ଅଳ୍ପ
    ରସୁଣ – ୩ ରୁ ୪ଟି
    ଜିରାଗୁଣ୍ଡ – ଅଳ୍ପ
    ଲଙ୍କାଗୁଣ୍ଡ – ସାମାନ୍ୟ
    ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ବଟର ଗରମ କରନ୍ତୁ। ଏବେ ଏଥିରେ ପିଆଜ ପକାଇ ଭାଜନ୍ତୁ। ଭାଜିବା ପରେ ଏଥିରେ ଜିରା ଗୁଣ୍ଡ, ଲଙ୍କାଗୁଣ୍ଡ, ସାମାନ୍ୟ ଲୁଣ , ରସୁଣ ପକାଇ ଭାଜନ୍ତୁ। ଏବେ ଏଥିରେ ବାଦାମ ମଞ୍ଜି ପକାଇ ଭାଜନ୍ତୁ। ଏବେ ଏଥିରେ ପାଣି ପକାନ୍ତୁ। ଏହାପରେ ପାଳଙ୍ଗଶାଗ ପକାଇ କିଛି ସମୟ ବସାଇ ଏକ ପାତ୍ରକୁ କାଢି ଥଣ୍ଡା କରନ୍ତୁ। ଥଣ୍ଡା ହେବା ପରେ ଏହାକୁ ପେଷି ଦିଅନ୍ତୁ। ଏହାକୁ ଏକ ପାତ୍ରକୁ କାଢି ସାମାନ୍ୟ କ୍ରିମ ପକାଇ ସଜାଇ ଦିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ