Sunday, September 20, 2026
25.3 C
Odisha

    ହାତ ନଥିବା ତୀରନ୍ଦାଜଙ୍କୁ ମହିନ୍ଦ୍ରା କରିଥିବା ଦାବି ଆଗାମୀ ବର୍ଷ କରିବେ ପୁରା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ଶୀତଲ ଦେବୀ ଇତିହାସ ସୃଷ୍ଟି କରିଛନ୍ତି । ଆର୍ଚେରୀର ଯୋଗ୍ୟତା ରାଉଣ୍ଡରେ ୭୦୩ ପଏଣ୍ଟ ସ୍କୋର କରି ଶୀତଲ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଏହି କ୍ରମରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ପ୍ୟାରିସ ଅଲିମ୍ପିକ୍ସରେ ହାତ ନଥିବା ଏହି ୧୭ବର୍ଷୀୟ ଶୀତଲ ଦେବୀଙ୍କ ପ୍ରଦର୍ଶନରେ ବେଶ ଖୁସି ହୋଇଯାଇଛନ୍ତି। ସେ ଏକ୍ସ ଜରିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଶୀତଲ ଆପଣ ଦେଶ ଓ ପୁରା ଦୁନିଆ ପାଇଁ ପ୍ରେରଣାଦାୟକ।’

    ଆନନ୍ଦ ମହିନ୍ଦ୍ରା କିଛିବର୍ଷ ପୂର୍ବେ ଶୀତଲଙ୍କୁ ଏକ କଷ୍ଟମାଇଜଡ କାର ଉପହାରରେ ଦେଇଥିଲେ। ଶୀତଲ କିନ୍ତୁ ତାଙ୍କୁ ୧୮ବର୍ଷ ହେଲେ ନେବେ ବୋଲି କହିଥିଲେ। ଏବେ ଶୀତଲ ୧୭ବର୍ଷର ହୋଇଥିବା ବେଳେ ଆଗାମୀବର୍ଷ ୧୮ବର୍ଷରେ ପ୍ରଦାର୍ପଣ କରିବେ ।ଆଗାମୀ ବର୍ଷ ଆନନ୍ଦ ମହିନ୍ଦ୍ରା ଶୀତଲଙ୍କୁ କରିଥିବା ଦାବି ପୁରଣ କରିବେ । ଶୀତଲ ଦେବୀ ଅନେକ ସଂଘର୍ଷ କରି ଆଜି ଏହି ସଫଳତା ପାଇଛନ୍ତି। ଶୀତଲ ଦେବୀ ଫୋକୋମେଲିଆ ନାମକ ଏକ ବିରଳ ଜନ୍ମଯାତ ରୋଗରେ ପୀଡ଼ିତ ଥିବାରୁ ତାଙ୍କ ହାତର ବିକାଶ ହୋଇ ପାରି ନଥିଲା।
    ତଥାପି ସେ ହାର ମାନି ନଥିଲେ। ହାତ ନଥିଲେ ମଧ୍ୟ ସେ ଗୋଡ଼ ସାହାଯ୍ୟରେ ତୀରନ୍ଦାଜ ଶିକ୍ଷା କରିଥିଲେ। ଏହାପରେ ସେ ପାରା ତୀରନ୍ଦାଜୀ ଜଗତରେ ଚାମ୍ପିଅନ୍ ହେବାକୁ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଆଗେଇ ଚାଲିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.3 ° C
    25.3 °
    25.3 °
    93 %
    1.5kmh
    12 %
    Sun
    26 °
    Mon
    30 °
    Tue
    28 °
    Wed
    29 °
    Thu
    24 °

    ସମ୍ବନ୍ଧିତ