Saturday, September 19, 2026
29.8 C
Odisha

    ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ ଆଜିଠାରୁ ଆରମ୍ଭ:୪ ସପ୍ତାହ ଧରି ଚାଲିବ

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହେଛି ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪। କିନ୍ତୁ ବିଶ୍ବର ସବୁଠୁ ବଡ଼ କ୍ରୀଡା ପ୍ରତିଯୋଗୀତାରେ ରହିଛି ଆତଙ୍କବାଦୀ ଆକ୍ରମଣର ଭୟ।  ଆତଙ୍କବାଦୀ ସଙ୍ଗଠନ ହମାସ ଓ  ଆଇଏସ୍ଆଇଏସ୍ ବଡ଼ ଧରଣର  ଆକ୍ରମଣ କରିବା ନେଇ ଗୁଇନ୍ଦା ସୂଚନା ମଳିଛି।  ପଣବନ୍ଦୀ, ଆତ୍ମଘାତୀ ବିସ୍ଫୋରଣ, ବଡ଼ ଧରଣର ବୋମା ବିସ୍ଫୋରଣ ନେଇ ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ହେଲେ ୪ ସପ୍ତାହ ଧରି  ହେବାକୁ ଥିବା  ଅଲିମ୍ପିକ୍ସରେ ସୁରକ୍ଷା ବ୍ୟବସ୍ଥା ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

    ଅଗଷ୍ଟ ୧୧ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ଏହି ଅଲମ୍ପିକ୍ସର ସୁରକ୍ଷା, ଫ୍ରାନ୍ସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଅଲମ୍ପିକ୍ସ ପାଇଁ ପ୍ୟାରିସରେ ଖେଳାଳୀଙ୍କ ସହ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଅଲମ୍ପିକ୍ସ ଇତିହାସରେ ଏହା ସବୁଠୁ ଅଧିକ ବିପଦପୂର୍ଣ୍ଣ ଅଲମ୍ପିକ୍ସ ବୋଲି ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ଆକଳନ କରିଛନ୍ତି। ବିଶ୍ବରେ ଲାଗି ରହିଥିବା ଯୁଦ୍ଧ ସ୍ଥିତି ଏହି ଭୟକୁ ଅଧିକ ବଢାଇ ଦେଇଛି। ସୁରକ୍ଷା ପାଇଁ ପ୍ୟାରିସକୁ ହାଇ ଆର୍ଲଟରେ ରଖିଯାଇଛି। ୪ ସ୍ତପାହ ଧରି ହେବାକୁ ଥିବା ଏହି ଅଲିମ୍ପିକ୍ସରେ ସୁରକ୍ଷା ଦାୟିତ୍ବରେ ୩୦ ହଜାରରୁ ୪୫ ହଜାର ପୁଲିସ ଫୋର୍ସ ମୁତୟନ କରାଯାଇଛି।

    ଅଲମ୍ପିକ ଆରମ୍ଭ ହେବାର ଦିନକ ପୂର୍ବରୁ ଜଣେ ଋଷିଆ ସନ୍ଦୀଗ୍ଧ ଗିରଫ ହେବା ପରେ ଆତଙ୍କବାଦୀ ଆକ୍ରମଣର ଭୟ ବଢିବାରେ ଲାଗିଛି। ପ୍ରତିଯୋଗିତାରେ ବାଧା ସୃଷ୍ଟି କରିବାକୁ ଯୋଜନା କରୁଥିବା ଅଭିଯୋଗରେ ଋଷିଆର ୪୦ ବର୍ଷିୟ ଅଭିଯୁକ୍ତଙ୍କୁ ଗିରଫ କରିଛି ଫ୍ରାନ୍ସ ପୁଲିସ। ୟୁକ୍ରେନ ସହ ଯୁଦ୍ଧ ଯୋଗୁ ପାଶ୍ଚାତ୍ୟ ଦେଶ ଋଷ ଉପରେ କଟକଣା ଲଗାଇଥିବାରୁ ଋଷ କିଛି ବଡ଼ ଷଡଯନ୍ତ୍ର କରୁଥିବା କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.8 ° C
    29.8 °
    29.8 °
    69 %
    0.5kmh
    86 %
    Sat
    30 °
    Sun
    31 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ