Monday, May 20, 2024
37 C
Odisha

    ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ପ୍ରତିକ୍ରିୟା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଘଟଣା ‘ଦୁର୍ଭାଗ୍ୟଜନକ ଏବଂ ଚିନ୍ତାଜନକ’

    ଆଗକୁ ପଢନ୍ତୁ

    ସଂସଦର ସୁରକ୍ଷା ତ୍ରୁଟି ଘଟଣାରେ ପ୍ରଥମ ଥର ପାଇଁ ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଘଟଣାକୁ ପ୍ରଧାନମନ୍ତ୍ରୀ ଦୁର୍ଭାଗ୍ୟଜନକ ଏବଂ ଚିନ୍ତାଜନକ ବୋଲି କହିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକସଭା ବାଚସ୍ପତି ଓମ ବିର୍ଲା ଏହାକୁ ଗମ୍ଭୀରତାର ସହ ନେଇ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି । ତେବେ ଏଭଳି ଘଟଣାର ପ୍ରକୃତ କାରଣ କ’ଣ, କାହିଁକି ଏଭଳି କାଣ୍ଡ କରାଗଲା ତାହାକୁ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିବା ଜରୁରୀ । ଏପରି ଘଟଣାକୁ ଅଣଦେଖା କରାଯାଇ ପାରିବନି ।

    ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଘଟଣାକୁ ନେଇ ତଦନ୍ତ ହେବା ଜରୁରୀ ଏବଂ ଏହାର ସମାଧାନ କିପରି କରାଯିବ ତାହାର ବାଟ ବାହାର କରିବା ଉଚିତ । ଏଭଳି ଘଟଣା ଆଉ ଆଗକୁ ନ ହେଉ । ଲୋକସଭା ବାଚସ୍ପତି ଏହାକୁ ନେଇ ଗଭୀରତାର ସହିତ ଯାଞ୍ଚ କରିବା ପାଇଁ ଆଦେଶ ଦିଅନ୍ତୁ । ଏହି ଘଟଣା ଉପରୁ ପରଦା ହଟିପାରିବ ସେ ନେଇ ସମସ୍ତଙ୍କ ଭରସା ରହିଛି । ଘଟଣା ପଛରେ ଅଭିଯୁକ୍ତଙ୍କ ଟାର୍ଗଟ କ’ଣ ରହିଥିଲା, ତାହା ଜାଣିବା ଜରୁରୀ ।

    ସୂଚନା ମୁତାବକ, ଲୋକସଭାରେ ୨ ଜଣ ଅଜ୍ଞାତ ଯୁବକ ଦର୍ଶକ ଗ୍ୟାଲେରୀରୁ ସାଂସଦଙ୍କ ଉପରକୁ ଡେଇଁଥିଲେ । ସେମାନେ କିଛି ସ୍ପ୍ରେ କରିବା ସହିତ ସ୍ନୋକଂ ଫାୟରିଂ କରିଥିଲେ । ଏହାପରେ ସାଂସଦମାନେ ତାଙ୍କୁ କାବୁ କରିବା ପରେ ରକ୍ଷାକର୍ମୀମାନେ ସେଠାରେ ପହଞ୍ଚି ଲୁହବୁହା ଗ୍ୟାସ ପ୍ରୟୋଗ କରି ସେମାନଙ୍କୁ ଆୟତ୍ତ କରିଥିଲେ । ଆଜି ମଧ୍ୟ ସେହି ଘଟଣାରେ ସନ୍ଦିଗ୍ଧ ଯୁବକଯୁବତୀଙ୍କ ବିରୋଧରେ UAPAରେ ମାମଲା ରୁଜୁ ହୋଇଛି ।

    ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ ଭିଜିଟର୍ସ ପାସ୍ ବ୍ୟବହାର କରି ଅଭିଯୁକ୍ତମାନେ ଦର୍ଶକ ଗ୍ୟାଲେରୀକୁ ଯାଇଥିଲେ । ଏହାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ପ୍ରତାପ ସିହ୍ନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ । ଏହି ମାମଲାରେ ଦିଲ୍ଲୀର ସ୍ପେଶାଲ୍ ସେଲ୍ ପୋଲିସ ଏହି ମାମଲାରେ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37 ° C
    37 °
    37 °
    33 %
    2.7kmh
    0 %
    Mon
    40 °
    Tue
    43 °
    Wed
    42 °
    Thu
    40 °
    Fri
    38 °

    ସମ୍ବନ୍ଧିତ