Friday, April 3, 2026
33.6 C
Odisha

    ଦାନ୍ତ ଯନ୍ତ୍ରଣାରୁ ଦେଇଥାଏ ମୁକ୍ତି ଦିଏ ଆଳୁଚୋପା

    ଆଗକୁ ପଢନ୍ତୁ

    ଭଲଭାବେ ଦାନ୍ତ ସଫା ନକରିବା କିମ୍ବା ଥଣ୍ଡା ପିଇବାରେ ତୁରନ୍ତ କିଛି ଗରମ ଜିନିଷ ପିଇବା ଦ୍ୱାରା ଦାନ୍ତରେ ଯନ୍ତ୍ରଣା ହୋଇଥାଏ। ଏପରି ହେବା ଦ୍ୱାରା ଲୋକମାନଙ୍କୁ ଡାକ୍ତରଙ୍କ ପାଖକୁ ଯିବା ବ୍ୟତୀତ ଅନ୍ୟ କିଛି ଉପାୟ ଦେଖାଯାଇନଥାଏ। କିନ୍ତୁ ଆମେ ଆପଣଙ୍କୁ ଏହି ଯନ୍ତ୍ରଣାରୁ ରକ୍ଷା ପାଇବା କିଛି ଘରୋଇ ଉପାୟ ବିଷୟରେ ଜଣାଇବୁ, ଯାହାଫଳରେ ଆପଣମାନେ ଏଭଳି କଷ୍ଟରୁ ରକ୍ଷା ପାଇପାରିବେ। ତେବେ ଜାଣନ୍ତୁ କଣ ରହିଛି ସେହ ଉପାୟ।

    -ଲେମ୍ବୁରେ ଭିଟାମିନ-ସି ରହିଥାଏ, ଯାହା ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ। ଦାନ୍ତ ବିନ୍ଧା ହେଉଥିବା ସମୟରେ ଲେମ୍ବୁ ଚୋପାକୁ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇବା ଦ୍ୱାରା ତୁରନ୍ତ ଆରାମ ମିଳିଥାଏ।

    -ଯଦି ଦାନ୍ତ ବିନ୍ଧା ହେବା ସହ ସେହି ଯାଗା ଫୁଲିଯାଇଥାଏ ତେବେ ସେହି ସ୍ଥାନରେ ଆଳୁ ଚୋପାକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖିଦିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ ବହୁତ ଜଲଦି ଆରାମ ମିଳିବ।

    -ଆପଣଙ୍କର ଯଦି ପୂର୍ବରୁ ଦାନ୍ତ ସମସ୍ୟା ରହିଥାଏ ତେବେ ରସୁଣ ଆପରଙ୍କୁ ସାହାଯ୍ୟ କରିବ। ଏଥିପାଇଁ ଆପର ରସୁଣର ଏକ କୋଲା ଲୁଣ ଲଗାଇ ସେବନ କରନ୍ତୁ। ପ୍ରତ୍ୟେକ ଦିନ ସକାଳୁ ଏହା ଖାଇବା ଦ୍ୱାରା ଆପଣଙ୍କୁ ଲାଭ ମିଳିଥାଏ।

    -ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇ ପିଆଜ ଏକ ଭଲ ବିକଳ୍ପ। ଡାକ୍ତରମାନେ ମଧ୍ୟ ଏହି ପରାମର୍ଶ ଦେଇଥାନ୍ତି କି ପ୍ରତି ୩ ମିନିଟ୍‌ ରେ ପିଆଜର ଏକ ସ୍ଲାଇସ୍‌ ଖାଇବା ଦ୍ୱାରା ମୁହଁର କୀଟାଣୁ ମରିଯାଇଥାନ୍ତି, ଯାହାଫଳରେ ବହୁତ ଜଲଦି ଯନ୍ତ୍ରଣାରୁ ଆରାମ ମିଳିଥାଏ।

    -ସମସ୍ତେ ଜାଣନ୍ତି ଲବଙ୍ଗ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଏଥିପାଇଁ ଆପର ପାଟିରେ ଏକ ଲବଙ୍ଗ ରଖିପାରିବେ ବା ଯନ୍ତ୍ରଣା ହେଉଥିବା ସ୍ଥାନରେ ମଧ୍ୟ ଲବଙ୍ଗ ତେଲ ବ୍ୟବହାର କରିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ