Wednesday, May 7, 2025
26.5 C
Odisha

୨୦୨୫ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୋଷଣା: ଫେବୃଆରୀ ୧୫ରୁ ଆରମ୍ଭ

ଆଗକୁ ପଢନ୍ତୁ

କଟକ : ଘୋଷଣା ହେଲା ୨୦୨୫ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ତାରିଖ ।  ଏଥର ନୂଆ ଢାଞ୍ଚାରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।  ଦୁଇଟି ପର୍ୟ୍ୟାୟରେ ହେବ ଯୁକ୍ତ ଦୁଇ ପରୀକ୍ଷା ।  ଏନେଇ ସୂଚନା ଦେଇଛନ୍ତି ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା ।

ସୂଚନା ଅନୁସାରେ ଇଣ୍ଟରନାଲ ପରୀକ୍ଷା ଡ଼ିସେମ୍ବର ୨୬ ତାରିଖରୁ ଡିସେମ୍ବର ୩୦ ଯାଏଁ ହେବ ।  ପରେ ୨୦୨୫ ଜାନୁଆରୀ ୨ ରୁ ୧୨ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା କରାଯିବ ।  ତା ପରେ ମେନ ଏକଜାମ ବା ମୁଖ୍ୟ ପରୀକ୍ଷା ଫେବୃଆରୀ ୧୫ ତାରିଖରୁ ଆରମ୍ଭ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

ସେହିପରି ସମସ୍ତ ଷ୍ଟ୍ରିମର ଫଳାଫଳ ପରୀକ୍ଷା ସରିବାର ୪୫ ଦିନ ଭିତରେ ବାହାରିବ। ତେବେ ବର୍ତ୍ତମାନ ଫର୍ମ ଫିଲ ଅପ ଚାଲିଛି, ତେଣୁ ଯେଉଁମାନେ ଫର୍ମ ଫିଲଅପ୍ କରିନାହାନ୍ତି, ସେମାନେ ଫାଇନ ଡେଟରେ କରିବେ ।  ୭୫% ଉପସ୍ଥାନ ନଥିଲେ, ମିଳିବନି ଆଡମିଟ କାର୍ଡ। କିଛି କଲେଜରେ ଯେଉଁଠି ପିଲାମାନଙ୍କ ଉପସ୍ଥାନ କମ ଥିବ, ସେମାନଙ୍କୁ ଶ୍ରେଣୀ ଗୃହକୁ ଆଣିବାକୁ କଲେଜ ଅଧ୍ୟକ୍ଷ ସଚେତନ କରନ୍ତୁ ବୋଲି ସେ କହିଛନ୍ତି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
few clouds
26.5 ° C
26.5 °
26.5 °
65 %
2.1kmh
21 %
Wed
27 °
Thu
39 °
Fri
40 °
Sat
41 °
Sun
42 °

ସମ୍ବନ୍ଧିତ