Sunday, March 29, 2026
31.5 C
Odisha

    ଚାଷୀଙ୍କ ଖାତାକୁ ଗଲା କିଷାନ ଟଙ୍କା; ୯ କୋଟି ୨୬ ଲକ୍ଷ ଚାଷୀଙ୍କ ହେଲେ ଉପକୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଶପଥ ନେଲା ପରେଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ଟଙ୍କା। ବାରାଣସୀରେ ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାର ସପ୍ତଦଶ କିସ୍ତି ଅର୍ଥ ପ୍ରଦାନ କରିଛନ୍ତି। ଦେଶର ପ୍ରାୟ ୯ କୋଟି ୨୬ ଲକ୍ଷ ଚାଷୀଙ୍କ ଖାତାକୁ ପଠାଯାଇଛି ପିଏମ କିଷାନ ଟଙ୍କା । ୧୭ତମ କିସ୍ତିରେ ୨୦ ହଜାର କୋଟି ଟଙ୍କା ଡିବିଟି ଜରିଆରେ ଚାଷୀଙ୍କ ଖାତାକୁ ଯାଇଛି । ୨ ହଜାର ଟଙ୍କା ଲେଖାଏଁ ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି । ଏହି ଅବସରରେ ଉତ୍ତରପ୍ରଦେଶ ବାରାଣସୀରୁ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧନ କରି ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ଉପରେ ବିଶ୍ୱାସ ରଖି ତୃତୀୟ ଥର ଭାବେ ପ୍ରଧାନମନ୍ତ୍ରୀ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। ପିଏମ୍ କିଷାନ ସମ୍ମାନ ନିଧି ବିଶ୍ୱର ସବୁଠୁବଡ଼ ଯୋଜନା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଯୋଜନାରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯାଉଛି ଟଙ୍କା। ପ୍ରଧାନମନ୍ତ୍ରୀ କହିଛନ୍ତି ଆମ କୃଷକ ଭାଇ ଓ ଭଉଣୀଙ୍କ ଜୀବନକୁ ସହଜ କରିବାକୁ ଆମ ସରକାର ପ୍ରତିବଦ୍ଧ। ପବିତ୍ର କାଶୀରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଜାରି କରି ଆମେ ଗର୍ବିତ ଅନୁଭବ କରୁଛୁ। ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ବରଗଡ଼ ଗସ୍ତରେ ଯାଇ ସେଠାକାର କିଛି ଚାଷୀଙ୍କୁ ପିଏମ କୃଷକ ସମ୍ମାନ ନିଧି ଯୋଜନାରେ ଅର୍ଥରାଶି ପ୍ରଦାନ କରିଛନ୍ତି ।
    ଉଲ୍ଲେଖଯୋଗ୍ୟ ଦେଶକୁ ଖାଦ୍ୟ ଯୋଗାଉଥିବା ଚାଷୀକୂଳକୁ ଆର୍ଥିକ ପ୍ରତ୍ସୋହନ ପାଇଁ ୨୦୧୯ ଫେବ୍ରୁଆରୀ ୨୪ ତାରିଖରେ ପିଏମ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ ମୋଦୀ ସରକାର । ଏଯାଏଁ ୧୬ଟି କିସ୍ତିରେ ଚାଷୀଙ୍କ ଖାତାକୁ ଟଙ୍କା ଯାଇଥିବା ବେଳେ ଆଜି ୧୭ ତମ କିସ୍ତିରେ ଟଙ୍କା ଚାଷୀଙ୍କ ଖାତାକୁ ଯାଇଛି। ୨୦୨୩-୨୪ରେ ଓଡିଶାରେ ୩୦ ଲକ୍ଷରୁ ଅଧିକ ପିଏମ କିଷାନ ସମ୍ମାନ ନିଧି ହିତାଧିକାରୀ ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.5 ° C
    31.5 °
    31.5 °
    19 %
    1.7kmh
    0 %
    Sun
    34 °
    Mon
    40 °
    Tue
    38 °
    Wed
    39 °
    Thu
    41 °

    ସମ୍ବନ୍ଧିତ