Saturday, December 20, 2025
24.9 C
Odisha

    ଏନଡିଏକୁ ୪୦୦ରୁ ଅଧିକ ଆସନ ମିଳିବ : ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସଂସଦରେ ରାଷ୍ଟ୍ରପତି ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରି ସିଧାସଳଖ ବିରୋଧୀ ଓ କଂଗ୍ରେସକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି ଯେ, ସେମାନେ ବିରୋଧୀ ରୂପେ ନିଜ ଦାୟିତ୍ୱ ପାଳନ କରିବାରେ ବିଫଳ ହୋଇଛନ୍ତି। ମୁଁ ସବୁବେଳେ କହିଛି ଦେଶକୁ ଏକ ଭଲ ବିରୋଧୀଙ୍କ ଆବଶ୍ୟକତା ରହିଛି । ଆଜି ଦେଶର ଅବସ୍ଥା ପାଇଁ କଂଗ୍ରେସ ଦାୟୀ । ସେ କହିଛନ୍ତି ଯେ ଏହିମାନେ ନିଜେ ବିରୋଧୀ ରୂପେ ବିଫଳ ହୋଇଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଉପରକୁ ଆସିବାକୁ ଦେଉ ନାହାନ୍ତି । କେବଳ ଜଣଙ୍କ ଛବି ଚମକାଇବା ପାଇଁ ଏପରି କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିରୋଧୀଙ୍କ ମଧ୍ୟରୁ ଅନେକ ଲୋକ ନିର୍ବାଚନ ଲଢିବାର ସାହସ ହରାଇ ସାରିଛନ୍ତି। ମୁଁ ଶୁଣିଛି ଅନେକ ଜଣ ନିଜ ଆସନ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ଅନେକ ଲୋକସଭା ପରିବର୍ତ୍ତେ ରାଜ୍ୟସଭା ଯିବାକୁ ଚାହୁଁଛନ୍ତି।ଏହି ସମୟରେ ବିରୋଧୀ ଜୋରଦାର ହଙ୍ଗାମା କରିଥିଲେ । ଏହା ଉପରେ ବି ପିଏମ୍ ମୋଦୀ କଂଗ୍ରେସକୁ ନେଇ କଟାକ୍ଷ କରିଛନ୍ତି । ନିଜ ସମ୍ୱୋଧନରେ ପିଏମ୍ ନିଜ କାର୍ଯ୍ୟକାଳର ଉପଲବ୍ଧି କହିଥିଲେ। ପିଏମ୍ ମୋଦୀ କହିଛନ୍ତି ଯେ ଯେଉଁ ଗତିରେ ଦେଶର ବିକାଶ ହେଉଛି, ସେହି ଆଧାରରେ କହିପାରିବି ଯେ ଆମର ତୃତୀୟ କାର୍ଯ୍ୟକାଳରେ ଭାରତ ଦୁନିଆର ତୃତୀୟ ବୃହତ ଅର୍ଥନୀତି ହେବ, ଏହା ମୋଦୀର ଗ୍ୟାରେଣ୍ଟି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    29 %
    1.7kmh
    0 %
    Sat
    26 °
    Sun
    27 °
    Mon
    27 °
    Tue
    28 °
    Wed
    28 °

    ସମ୍ବନ୍ଧିତ