Saturday, September 19, 2026
24.2 C
Odisha

    ଜୟ ଜଗନ୍ନାଥ’ କହି ଚଣ୍ଡିଖୋଲରେ ଅଭିଭାଷଣ ମୋଦୀ

    ଆଗକୁ ପଢନ୍ତୁ

    ଯାଜପୁର: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପରିପ୍ରେକ୍ଷୀରେ ସେ ରାଜ୍ୟବାସୀଙ୍କୁ ଭେଟିଦେଇଛନ୍ତି ୧୯ ହଜାର ୬ଶହ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ । ଏହା ସହ ଉକ୍ତ ଚଣ୍ଡିଖୋଲ ସଭାରେ ବର୍ତ୍ତମାନ ନିଜର ଅଭିଭାଷଣ ରଖିଛନ୍ତି । ପ୍ରଥମରୁ ‘ଜୟ ଜଗନ୍ନାଥ’ କହି ସେ ଅଭିଭାଷଣ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇବା ସହିତ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ‌ସେ କହିଥିଲେ ଯେ, ଓଡ଼ିଶାର ବିକାଶ ଓ ଦେଶର ବିକାଶରେ ବିଜୁବାବୁଙ୍କ ଯୋଗଦାନ ଅତୁଳନୀୟ ଥିଲା। ଆଜି ଦେଶରେ ଏଭଳି ସରକାର ଅଛି, ‌ଯାହାକି ବର୍ତ୍ତମାନର ଚିନ୍ତା କରୁଛି ଏବଂ ବିକଶିତ ଭାରତର ସଂକଳ୍ପ ନେଇ ଭବିଷ୍ୟତ ପାଇଁ କାମ କରୁଛି। ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ ଉତ୍ତର ପ୍ରଦେଶ, ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ ଓଡ଼ିଶାରେ ବଡ଼ ବନପ୍ରକଳ୍ପ ଚାଲିଛି। ଆଜି ଲୋକାପିର୍ତ ହୋଇଥିବା ଗ୍ୟାସ ପାଇପଲାଇନ୍‌ ଦେଶପାଇଁ ସମପିର୍ତ ହେଇଛି। ପାରାଦୀପ ‌ରିଫାଇନାରି ରେ ନୂଆ ପ୍ଲାଣ୍ଟ ଲୋକାର୍ପଣ ହୋଇଛି। ଆଜି ପାରାଦୀପ ରିଫାଇନାରିରେ ଭାରତୀୟ ତୈଳ ନିଗମ ଲିମିଟେଡର ମନୋ ଏଥିଲିନ୍ ଗ୍ଲାଇକଲ୍ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହା ସହ ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ଯ୍ୟନ୍ତ ୩୪୪ କିଲୋମିଟର ଲମ୍ବ ଉତ୍ପାଦ ପାଇପଲାଇନ୍ ପ୍ରକଳ୍ପ ଏବଂ ପାରାଦୀପରେ ନିର୍ମିତ ୦.୬ ଗଗଞଚଇ ଏଲପିଜି ଆମଦାନୀ ସୁବିଧାର ମଧ୍ୟ ଉଦଘାଟନ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି। ଏଥିସହ ୧୬୨ କିଲୋମିଟରର ବାଂଶପାଣି-ଦୈତାରୀ-ଟମକା-ଯଖପୁରା ରେଳ ଲାଇନ୍ ଦୋହରୀକରଣକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଅନ୍ୟପଟେ ସେ ପୁରୀ- ନୂଆଦିଲ୍ଲୀ ମଧ୍ୟରେ ନୂଆ ଟ୍ରେନ୍ କେନ୍ଦୁଝରଗଡ଼ ଷ୍ଟେସନରୁ ଶୁଭାରମ୍ଭ କରିବା ସହ, କେନ୍ଦ୍ରାପଡା ଜିଲ୍ଲା ଦେଇ ପ୍ରଥମ ଯାତ୍ରୀ ବାହୀ ଟ୍ରେନର ଶୁଭାରମ୍ଭ କରିଛନ୍ତି । ତେବେ ଏସବୁ ଉନ୍ନୟନମୂଳକ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିଛନ୍ତି । ଏହାବ୍ୟତୀତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶ୍ୱେଶ୍ୱର ଟୁଡୁ ମଧ୍ୟ କ୍ରାର୍ୟ୍ୟକ୍ରମରେ ଉପସ୍ଥିତ ରହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବରୁ ଅଭିଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    90 %
    1.5kmh
    100 %
    Fri
    24 °
    Sat
    30 °
    Sun
    30 °
    Mon
    29 °
    Tue
    30 °

    ସମ୍ବନ୍ଧିତ