Tuesday, September 29, 2026
24.9 C
Odisha

    ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ପ୍ରସଂଗରେ କ୍ଷମା ମାଗିଲେ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ଏକ ସପ୍ତାହ ପୂର୍ବରୁ ମହାରାଷ୍ଟ୍ରର ସିନ୍ଧୁଦୂର୍ଗ ଜିଲ୍ଲାରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାକୁ ନେଇ ଶୁକ୍ରବାର କ୍ଷମା ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ଅଗଷ୍ଟ ୨୬ ତାରିଖରେ ମହାରାଷ୍ଟ୍ରର ସିନ୍ଧୁଦୂର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଛି। ଶୁକ୍ରବାର ଦିନ ମହାରାଷ୍ଟ୍ରର ପାଲଘରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ “ଛତ୍ରପତି ଶିବାଜୀ ମହାରାଜ କେବଳ ଆମ ପାଇଁ ନାମ ନୁହେଁ। ଆଜି ମୁଁ ମୁଣ୍ଡ ନୁଆଁଇ ମୋ ଭଗବାନ ଛତ୍ରପତି ଶିବାଜୀ ମହାରାଜଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି।”

    ସେ ଆହୁରି ମଧ୍ୟ କହିଛନ୍ତି, “ଯେଉଁମାନେ ଛତ୍ରପତି ଶିବାଜୀ ମହାରାଜଙ୍କୁ ସେମାନଙ୍କର ଦେବତା ବୋଲି ଭାବନ୍ତି ଏବଂ ଗଭୀର ଆଘାତ ପାଇଛନ୍ତି, ମୁଁ ମୁଣ୍ଡ ନୁଆଁଇ ସେମାନଙ୍କୁ ମଧ୍ୟ କ୍ଷମା ମାଗୁଛି। ଆମର ମୂଲ୍ୟବୋଧ ଅଲଗା ଅଟେ। ଆମ ପାଇଁ ଆମ ଦେବତାଙ୍କଠାରୁ ବଡ଼ କିଛି ନାହିଁ।” ଗୁରୁବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ସେ ଯୋଦ୍ଧା ରାଜା ଛତ୍ରପତି ଶିବାଜୀ ମହାରାଜଙ୍କ ପାଦକୁ ୧୦୦ ଥର ଛୁଇଁବାକୁ ଦ୍ୱିଧା କରିବେ ନାହିଁ ଏବଂ ଆବଶ୍ୟକ ସ୍ଥଳେ ମୂର୍ତ୍ତି ଭୁଶୁଡ଼ିବା ପାଇଁ କ୍ଷମା ମାଗିବେ।

    ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କ ୩୫ ଫୁଟର ଏକ ପ୍ରତିମୂର୍ତ୍ତି ଗତ ବର୍ଷ ମହାରାଷ୍ଟ୍ରର ସିନ୍ଧୁଦୂର୍ଗ ଜିଲ୍ଲାର ଏକ ଦୁର୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ପ୍ରବଳ ପବନ ଯୋଗୁଁ ଏହି ମୂର୍ତ୍ତି ଭୁଶୁଡ଼ିବାକୁ ନେଇ ବିଭିନ୍ନ ମହଲରେ ଉତ୍ତେଜନା ଦେଖାଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ