Thursday, June 26, 2025
28.8 C
Odisha

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକର୍ପଣର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ପୋଲିସ ଡିଜି: ଚାରି ଥାକିଆ କଡା ସୁରକ୍ଷାରେ ରହିବ ଶ୍ରୀକ୍ଷେତ୍ର

ଆଗକୁ ପଢନ୍ତୁ

ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ପୂର୍ବରୁ ଶ୍ରୀକ୍ଷେତ୍ରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅରୁଣ ଷଢ଼ଙ୍ଗୀ । ଯଜ୍ଞସ୍ଥଳ, ଶ୍ରୀସେତୁ, ଶ୍ରୀମାର୍ଗ ଓ ଜଗନ୍ନାଥ ବଲ୍ଲଭ ଅଂଚଳ ବୁଲି ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ଡିଜି । ଏହି ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ କେନ୍ଦ୍ରାଂଚଳ ଆଇଜି ଓ ପୁରୀ ଏସ୍ପି । ୧୭ ଉଦ୍ଘାଟନୀ ଉତ୍ସବରେ ୪ ଥାକିଆ କଡା ସୁରକ୍ଷାରେ ରହିବ ଶ୍ରୀକ୍ଷେତ୍ର । ଟ୍ରାଫିକ୍, ଭିଆଇପି, ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ ବୋଲି ପୋଲିସ୍ ଡିଜି କହିଛନ୍ତି । ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ ୮୦ ପ୍ଲାଟୁନ୍ ଫୋର୍ସ ଓ ୩ଟି ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ ରହିବେ । ୧୦୦ ଜଣ ସୁପରଭାଇଜର ଅଫିସର ସୁରକ୍ଷା ଦାୟିତ୍ୱରେ ରହିବେ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
28.8 ° C
28.8 °
28.8 °
72 %
3.3kmh
100 %
Thu
29 °
Fri
31 °
Sat
31 °
Sun
28 °
Mon
28 °

ସମ୍ବନ୍ଧିତ