Wednesday, April 8, 2026
23.9 C
Odisha

    ବେଆଇନ ବାରୁଦ ଗଦାରେ ପୁଲିସର ଚଢ଼ାଉ; ତିନି ଗିରଫ, ଛଅ ଫେରାର

    ଆଗକୁ ପଢନ୍ତୁ

    ଆସିକା: ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା (ଗଞ୍ଜାମର ଶିବକାଶୀ)ରେ ଆଜି ପୁଲିସ ଅତର୍କିତ ଚଢ଼ାଉ କରି ୧୦ ଲକ୍ଷରୁ ଅଧିକ ଟଙ୍କାର ବେଆଇନ୍‌ ବାଣ ଜବତ କରିଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୬ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ବିଶ୍ବସ୍ତ ସୂତ୍ରରୁ ସୂଚନା ଆଧାରରେ ଏସ୍‌ଡିପିଓ ସଞ୍ଜୟ ମହାପାତ୍ରଙ୍କ ନେତୃତ୍ୱରେ ଆସିକା ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ, କୋଟିନଡ଼ା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସାହାଙ୍କ ସହିତ ଦୁଇ ପ୍ଲାଟୁନ ପୁଲିସ ଆଜି ସକାଳୁ ଚଢ଼ାଉ କରିଥିଲେ। ପୁଲିସ ବିପୁଳ ପରିମାଣର ବାଣ ଜବତ କରିବା ସହିତ ତିନି ଅଭିଯୁକ୍ତ ବୁଦ୍ଧି ରାମ ସେଠୀ, ତାଙ୍କର ପୁଅ ପିଣ୍ଟୁ ସେଠୀ ଓ ଜିତେନ୍ଦ୍ର ଜେନାଙ୍କୁ ତିନୋଟି ମାମଲାରେ ଗିରଫ କରିଛି। ପୁଲିସ ମୋଟ ଛଅଟି ମାମଲା ରୁଜୁ କରିଛି। ବେଆଇନ ବାଣ ପ୍ରସ୍ତୁତି କରୁଥିବା ଛଅ ଅଭିଯୁକ୍ତ ଫେରାର ଅଛନ୍ତି।

    ନଳବଣ୍ଟା ବେଆନ ବାଣ ପ୍ରସ୍ତୁତି ଓ ବିକ୍ରି ପାଇଁ ଏକ ସ୍ୱତନ୍ତ୍ର ପରିଚୟ କରିଛି। ଏହି ଗ୍ରାମରେ  ବେଆଇନ ବାଣ ପ୍ରସ୍ତୁତି ଓ ବିକ୍ରି ଏକ ପ୍ରକାର କୁଟୀର ଶିଳ୍ପ ପାଲଟିଥିବା ବେଳେ ଏହି କାର୍ଯ୍ୟରେ ମହିଳା ଓ ନାବାଳକମାନେ ମଧ୍ୟ ନିୟୋଜିତ ହୁଅନ୍ତି। ବର୍ଷବର୍ଷ ଏହି ଗ୍ରାମର କିଛି ବ୍ୟବସାୟୀ ବେଆଇନ ଭାବେ ବାହାରୁ ବାରୁଦ ଓ ଅନ୍ୟ ରାସାୟନିକ ସାମଗ୍ରୀ ଆଣି ଏଠି ନିକଟରୁ ତାଳ ପତ୍ର, ସୂତା ପେପର ସଂଗ୍ରହ କରିଥାନ୍ତି। ଜାତୀୟ ରାଜପଥ ପାର୍ଶ୍ଵରେ ଅବସ୍ଥିତ ଏହି ଗ୍ରାମର କିଛି ବ୍ୟବସାୟୀ ବର୍ଷ ବର୍ଷ ଧରି ଗ୍ରାମର ଲୋକଙ୍କୁ ବିପଦରେ ପକାଇ ବେଆଇନ ଭାବେ ବାହାରୁ ବାରୁଦ ସଲଫର ସହଜରେ ଆଣି ବାଣ ପ୍ରସ୍ତୁତ କରିଥାନ୍ତି। ବେପାରୀମାନେ ବେଆଇନ ବାଣକୁ ସହଜରେ ଅନ୍ୟ ସ୍ଥାନକୁ ବିକ୍ରି କରି ବେଶ ରୋଜଗାର କରନ୍ତି। ନିଜେ ବେପାରୀ ଟଙ୍କା ପାଇଁ ସମଗ୍ର ଗ୍ରାମ ପାଇଁ ବିପଦ ଡାକି ଆଣେ। ଦୀପାବଳି ସମୟ ପାଖେଇ ଆସିଥିବ ବେଳେ ବେଆଇନ ଭାବେ ନଳବଣ୍ଟା ଗ୍ରାମର ବହୁ ସ୍ଥାନରେ ବାଣ ପ୍ରସ୍ତୁତି ଚାଲିଥିବା ବେଳେ ପ୍ରସ୍ତୁତ ବାଣକୁ ଲୁଚାଇ ରଖାଯାଉଥିବା କାରଣରୁ ସେଠିକାର ବାସିନ୍ଦା ନିଜକୁ ସୁରକ୍ଷିତ ମଣୁ ନାହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ