Tuesday, March 31, 2026
26.8 C
Odisha

    ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ଭାରତ ବଡ଼ ଭୂମିକା ଗ୍ରହଣ କରିପାରିବ : ପୋଲାଣ୍ଡ

    ଆଗକୁ ପଢନ୍ତୁ

    ଓ୍ଵାର୍ସା: ଭାରତ ଉଦ୍ୟମରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧର ଅନ୍ତ ଘଟିବ ବୋଲି ପୋଲାଣ୍ଡ ଆଶା ପ୍ରକାଶ କରିଛି । ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ପରେ କହିଛନ୍ତି ଯେ ୟୁକ୍ରେନରେ ସଂଘର୍ଷର ଶୀଘ୍ର ଏବଂ ନ୍ୟାୟପୂର୍ଣ୍ଣ ଅନ୍ତ ଘଟାଇବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ମୋଦୀଙ୍କ ସହ ଆଲୋଚନା ପରେ ଏକ ପ୍ରେସ୍ ବିବୃତିରେ ଟସ୍କ କହିଛନ୍ତି ଯେ ସେ ଏବଂ ଭାରତର ପ୍ରଧାନମନ୍ତ୍ରୀ ବର୍ତ୍ତମାନ ବିଶ୍ୱ ପାଇଁ ଚିନ୍ତାଜନକ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ ଭାବରେ ପ୍ରକାଶ କରିଛନ୍ତି।
    ମୁଁ ବହୁତ ଖୁସି ଯେ ପ୍ରଧାନମନ୍ତ୍ରୀ (ମୋଦୀ) ଶତ୍ରୁତାକୁ ଶାନ୍ତିପୂର୍ଣ୍ଣ, ନ୍ୟାୟପୂର୍ଣ୍ଣ, ଶୀଘ୍ର ଶେଷ କରିବା ପାଇଁ ତାଙ୍କର ବ୍ୟକ୍ତିଗତ ପ୍ରତିଶ୍ରୁତି ଦେଇଛନ୍ତି। ଆମେ ଦୁହେଁ ସହମତ ଯେ ଭାରତ ଏଠାରେ (ୟୁକ୍ରେନରେ) ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସକାରାତ୍ମକ ଭୂମିକା ଗ୍ରହଣ କରିପାରିବ । ପୋଲାଣ୍ଡ ପ୍ରେସ୍ ଏଜେନ୍ସିକୁ ସେ କହିଛନ୍ତି, ଆମେ ଦୁହେଁ ସହମତ ଯେ ଭାରତ ଏହି ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସକାରାତ୍ମକ ଭୂମିକା ଗ୍ରହଣ କରିବାକୁ ସକ୍ଷମ। ପ୍ରଧାନମନ୍ତ୍ରୀ ମୋଦି ଙ୍କ ପାଇଁ ଇସ୍ତାହାରର ବିଶେଷ ମହତ୍ତ୍ୱ ରହିଛି ବୋଲି ଟସ୍କ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    50 %
    1.8kmh
    0 %
    Mon
    27 °
    Tue
    38 °
    Wed
    39 °
    Thu
    41 °
    Fri
    39 °

    ସମ୍ବନ୍ଧିତ