Friday, April 10, 2026
31 C
Odisha

    ମହୁଲ ଗୋଟାଳିଙ୍କୁ ମିଳୁନି ମୂଲ । ଜଙ୍ଗଲରୁ ମହୁଲ ତୋଳି ପେଟ ପୋଷିବାକୁ ଆଦିବାସୀଙ୍କ ଉଦ୍ୟମ, ହେଲେ ନାହିଁ ବିକ୍ରି ବ୍ୟବସ୍ଥା

    ଆଗକୁ ପଢନ୍ତୁ

    କଳାହାଣ୍ଡି ଜିଲ୍ଲାରେ ସଂଗ୍ରହ ଆରମ୍ଭରୁ ମହୁଲ ଫୁଲର ଅଭାବୀ ବିକ୍ରି । ଜଙ୍ଗଲ ହେଉଛି ଆଦିବାସୀଙ୍କ ଜୀବନ ଜୀବିକାର ଉତ୍ସ । ଜଙ୍ଗଲରୁ ଉତ୍ପାଦିତ ଝୁଣା, ଲାଖ ମହୁଲ ଆଦି ଲଘୁ ବନଜାତ ଦ୍ରବ୍ୟ ବିକ୍ରି କରି ପେଟପାଟଣା କରିଥାନ୍ତି ଆଦିବାସୀ । ଜଙ୍ଗଲରୁ ଗୋଟେଇ ଆଣୁଥିବା ମହୁଲର ଅଭାବୀ ବିକ୍ରି ଯୋଗୁଁ ପ୍ରତିବର୍ଷ ଶୋଷଣର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ମହୁଲ ଫୁଲ ଗୋଟାଳି । ପ୍ରତି ବର୍ଷ ମାର୍ଚ୍ଚ ମାସରେ କଳାହାଣ୍ଡି ଜିଲ୍ଲା ସାହାଜଖୋଲ, ଗୋଲମୁଣ୍ଡା ବ୍ଲକର ଚୁରା, ନାଗେସ ଆଦି ସଂରକ୍ଷିତ ଜଙ୍ଗଲରୁ ମହୁଲ ଫୁଲ ସଂଗ୍ରହ କରନ୍ତି । ଏହାକୁ ଶୁଖାଇ ବିକିଲେ ପରିବାରର ପେଟ ପୁରିବ ବୋଲି ଆଶା ରଖିଥାନ୍ତି । ହେଲେ ବିକ୍ରି ପାଇଁ ସେଭଳି କୌଣସି ବ୍ୟବସ୍ଥା ନଥିବାରୁ କିଲୋ ପ୍ରତି ମାତ୍ର ୨୦ ଟଙ୍କାରେ କିଣି ନେଉଛନ୍ତି ଦଲାଲ । ଫଳରେ କ୍ଷତି ସହୁଛନ୍ତି ଆଦିବାସୀ । ସର୍ବାଧିକ ମହୁଲ ସଂଗ୍ରହ ଅଂଚଳରେ ଏକ ମଣ୍ଡି ହେଲେ ମହୁଲର ଉଚିତ ମୁଲ ମିଳନ୍ତା ବୋଲି କୁହାଯାଉଥିବା ବେଳେ ଆଦିବାସୀ ଉନ୍ନୟନ ସମବାୟ ନିଗମ ଜରିଆରେ ଲଘୁ ବନଜାତ ଦ୍ରବ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରି କିଣାବିକା ନେଇ ସଚେତନତା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31 ° C
    31 °
    31 °
    18 %
    3.3kmh
    0 %
    Fri
    32 °
    Sat
    38 °
    Sun
    41 °
    Mon
    42 °
    Tue
    43 °

    ସମ୍ବନ୍ଧିତ