Friday, April 18, 2025
35.6 C
Odisha

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଓଡିଶା ପାଇଁ ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତ କଲା ବିଜେପି

ଆଗକୁ ପଢନ୍ତୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ଏବେ ବିଜେପି ଏହାର ରଣନୀତି ପ୍ରସ୍ତୁତ କରୁଥିବାବେଳେ ଆଜି ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ ପ୍ରଭାରୀଙ୍କ ନାମ ଘୋଷଣା କରିଛି | ଓଡ଼ିଶାର ପ୍ରଭାରୀ ଭାବେ ରାଜ୍ୟସଭା ସାଂସଦ ବିଜୟପାଲ ସିଂହ ତୋମାରଙ୍କୁ ଦାୟିତ୍ୱ ମିଳିଥିବାବେଳେ ସହ ପ୍ରଭାରୀ ଭାବେ ଲତା ଉସେଣ୍ଡିଙ୍କୁ ଦାୟିତ୍ୱ ଦିଆଯାଇଛି | ସେହିପରି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିବା ବୈଜୟନ୍ତ ପଣ୍ଡାଙ୍କୁ ଉତ୍ତରପ୍ରଦେଶର ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି | ସେହିପରି ପଶ୍ଚିମବଙ୍ଗ ପାଇଁ ମଙ୍ଗଳ ପାଣ୍ଡେ, ଅମିତ ମାଲବୀୟ ଓ ଆଶା ଲକଡାଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଉତ୍ତରାଖଣ୍ଡ ପାଇଁ ଦୁଷ୍ୟନ୍ତ ଗୌତମ, ତାମିଲନାଡୁ ପାଇଁ ଅରବିନ୍ଦ ମେନନ ଓ ସୁଧାକର ରେଡ୍ଡୀ, ସିକିମ ପାଇଁ ଦିଲ୍ଲୀପ ଜୟସ୍ବାଲ, ପଞ୍ଜାବ ପାଇଁ ବିଜୟ ରୁପାଣି ଓ ନରିନ୍ଦର ସିଂହ, ମଧ୍ୟପ୍ରଦେଶ ପାଇଁ ମହେନ୍ଦ୍ର ସିଂହ ଓ ସତୀଶ ଉପାଧ୍ୟାୟ, କେରଳ ପାଇଁ ପ୍ରକାଶ ଜାଭଡେକର, କର୍ଣ୍ଣାଟକ ପାଇଁ ରାଧାମୋହନ ଦାସ ଅଗ୍ରୱାଲ ଓ ସୁଧାକର ରେଡ୍ଡୀ, ହିମାଚଳପ୍ରଦେଶ ପାଇଁ ଶ୍ରୀକାନ୍ତ ଶର୍ମା ଓ ସଞ୍ଜୟ ଟଣ୍ଡନ, ହରିୟାଣା ପାଇଁ ବିପ୍ଳବ ଦେବ ଓ ସୁରେନ୍ଦ୍ର ନାଗରଙ୍କୁ ପ୍ରଭାରୀ, ସହ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି |

ଅନ୍ୟାନ୍ୟ ଖବର

ପାଣିପାଗ

Odisha
clear sky
35.6 ° C
35.6 °
35.6 °
30 %
2.1kmh
2 %
Fri
40 °
Sat
42 °
Sun
43 °
Mon
43 °
Tue
44 °

ସମ୍ବନ୍ଧିତ