Tuesday, March 17, 2026
31.5 C
Odisha

    ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    ଆଗକୁ ପଢନ୍ତୁ

    ଏଥର ପୁରୀରେ ରଥଯାତ୍ରା ଦେଖିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ଆସନ୍ତା ୬ ତାରିଖ ଦିନ ଓଡ଼ିଶାରେ ପହଞ୍ଚିବେ ମହାମହିମ ରାଷ୍ଟ୍ରପତି । ଜୁଲାଇ ୬ରେ ଓଡ଼ିଶାରେ ପହଞ୍ଚିବା ପରେ ପ୍ରଥମେ ଗୋପବନ୍ଧୁଙ୍କ ୯୭ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ । ତା’ପରଦିନ ଅର୍ଥାତ ୭ ତାରିଖ ରଥଯାତ୍ରା ଦିନ ପୁରୀକୁ ଗସ୍ତ କରିବା ସହ ସେହିଦିନ ଅପରାହ୍ନରେ ରଥଯାତ୍ରା ଦେଖିବେ ମହାମହିମ ଦ୍ରୌପଦୀ ମୁର୍ମୁ । ଏହାପରେ ଜୁଲାଇ ୮ ତାରିଖ ଦିନ ସକାଳୁ ପୁରୀ ବେଳାଭୂମିରେ ମର୍ଣ୍ଣିଂ ୱାକ୍ କରିବାର କାର୍ଯ୍ୟକ୍ରମ ରହିଛି । ଏପରିକି ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ମଧ୍ୟ ପରିଦର୍ଶନ କରିବେ ମହାମହିମ ଦ୍ରୌପଦୀ ମୁର୍ମୁ । ଜୁଲାଇ ୯ ତାରିଖରେ ନାଇଜର ସ୍ନାତକ ସମାରୋହରେ ଯୋଗଦେବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    30 %
    5.1kmh
    80 %
    Tue
    32 °
    Wed
    36 °
    Thu
    36 °
    Fri
    35 °
    Sat
    33 °

    ସମ୍ବନ୍ଧିତ