Monday, September 14, 2026
24.7 C
Odisha

    ଉତ୍କଳ ବିଶ୍ୱବିଦ୍ୟାଳୟର ସମାଵର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଫେବ୍ରୁଆରି ୨୯ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ ତମ ସମାଵର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସନ୍ଧ୍ୟା ୫ଟା ୨୫ରେ ଆରମ୍ଭ ହେବ କାର୍ଯ୍ୟକ୍ରମ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। କୁଳଧିପତି ତଥା ରାଜ୍ୟପାଳ ରଘୁବର ଦାସ ଏହି କାର୍ଯ୍ୟକ୍ରମରେ ଅଧକ୍ଷତା କରିବେ। ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ଅନ୍ୟତମ ଅତିଥି ଭାବେ ରହିବେ। ଏହି କାର୍ଯ୍ୟକ୍ରମ ୬ଟା ୨୫ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ୧୬୬ ଜଣ ପିଏଚଡି ପାଇବେ ଏବଂ ୯୫ ସ୍ବର୍ଣ୍ଣ ପଦକ ଏବଂ ୬ ଜଣଙ୍କୁ ଏଣ୍ଡୋମେଣ୍ଟ ଭାବେ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବ।ଏଥର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, ଆଇଏମଡ଼ି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର ଓ ହିଣ୍ଡାଲକୋର ପରିଚାଳନା ନିର୍ଦେଶକ ସତୀଶ ସମ୍ମାନସୂଚକ ଡ଼କ୍ଟରେଟ ଉପାଧିରେ ସମ୍ମାନିତ ହେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.2kmh
    6 %
    Mon
    25 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ