Wednesday, September 9, 2026
24.7 C
Odisha

    ୪୩୪ ପଏଣ୍ଟ ହ୍ରାସ ପାଇଲା ସେନସେକ୍ସ, ୫% ବଢିଲା ପେଟିଏମ

    ଆଗକୁ ପଢନ୍ତୁ

    ମୁମ୍ବାଇ: ବୁଧବାର ଭାରତୀୟ ଷ୍ଟକ ବଜାର ରେ ହ୍ରାସ ପରିଲକ୍ଷିତ ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ଆଜି ୦.୫୯ ପ୍ରତିଶତ ବା ୪୩୪ ପଏଣ୍ଟ ହ୍ରାସ ପାଇ ୭୨,୬୨୩ରେ ବନ୍ଦ ହୋଇଛି। ବଜାର ବନ୍ଦ ହେବା ବେଳକୁ ସେନସେକ୍ସର ୩୦ଟି ଷ୍ଟକ ମଧ୍ୟରୁ ୧୦ଟି ବୃଦ୍ଧି ସହ ବନ୍ଦ ହୋଇଥିବାବେଳେ ୨୦ଟି ସେୟାର ହ୍ରାସ ସହ ବନ୍ଦ ହୋଇଛି।ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ଇଣ୍ଡେକ୍ସ ନିଫ୍ଟି ୦.୬୪ ପ୍ରତିଶତ ବା ୧୪୧ ପଏଣ୍ଟ ବୃଦ୍ଧି ସହ ୨୨,୦୫୫ରେ ବନ୍ଦ ହୋଇଛି। ବଜାର ବନ୍ଦ ହେବା ବେଳକୁ ନିଫ୍ଟିର ୫୦ଟି ସେୟାର ମଧ୍ୟରୁ ୧୧ଟି ବୃଦ୍ଧି ସହ ବନ୍ଦ ହୋଇଥିବାବେଳେ, ୩୭ଟି ଷ୍ଟକ ସେୟାର ହ୍ରାସ ସହ ବନ୍ଦ ହୋଇଥିଲା ଏବଂ ୨ଟି ଷ୍ଟକ ବିନା କୌଣସି ପରିବର୍ତ୍ତନରେ କାରବାର କରୁଥିବା ଦେଖିବାକୁ ମିଳିଥିଲା।ଟାଟା ଷ୍ଟିଲ, ଏସବିଆଇ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଜେଏସଡବ୍ଲୁ ଷ୍ଟିଲ ଏବଂ ସନ ଫାର୍ମା ବୁଧବାର ନିଫ୍ଟି ପ୍ୟାକ୍ ସେୟାରରେ ସର୍ବାଧିକ ବୃଦ୍ଧି ଘଟିଛି। ସେହିପରି ବିପିସିଏଲ୍, ଏନ୍ଟିପିସି, କୋଲ୍ ଇଣ୍ଡିଆ, ପାୱାରଗ୍ରିଡ୍ ଓ ୱିପ୍ରୋରେ ସର୍ବାଧିକ ହ୍ରାସ ରେକର୍ଡ କରାଯାଇଛି।

    ସମସ୍ୟାରେ ଚାଲିଥିବା ପେଟିଏମ୍ ର ଷ୍ଟକ୍ ବୁଧବାର ବୃଦ୍ଧି ସହ ବନ୍ଦ ହୋଇଛି। ପେଟିଏମ୍ ର ମୂଳ କମ୍ପାନୀ ୱାନ୍୯୭ କମ୍ୟୁନିକେସନ୍ ଲିମିଟେଡ୍ ର ସେୟାର ବୁଧବାର ୫ ପ୍ରତିଶତ ବା ୧୮.୮୦ ଟଙ୍କା ବୃଦ୍ଧି ପାଇ ୩୯୫.୨୫ ଟଙ୍କାରେ ବନ୍ଦ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    89 %
    1.3kmh
    100 %
    Tue
    25 °
    Wed
    31 °
    Thu
    28 °
    Fri
    27 °
    Sat
    29 °

    ସମ୍ବନ୍ଧିତ