Sunday, February 23, 2025
21.1 C
Odisha

    ୧୪ରେ ଖୋଲିବ ରତ୍ନଭଣ୍ଡାର

    ଆଗକୁ ପଢନ୍ତୁ

    ଚଉଦ ତାରିଖରେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପ୍ରଥମେ ଏକ ବୈଠକ ବସିବ। ଏହାପରେ କମିଟି ସଦସ୍ୟ ଭିତରକୁ ଯିବେ । କିନ୍ତୁ ଏହା ପୂର୍ବରୁ ଲୋକନାଥଙ୍କ ପୂଜା କରାଯିବ । ସମସ୍ତ କମିଟି ସଦସ୍ୟ ସାତ୍ୱିକ ଭୋଜନ କରୁଛନ୍ତି। ସେବାୟତଙ୍କ ଡ୍ରେସରେ ଭିତରକୁ ଯିବେ ସଦସ୍ୟ । ଖୁବଶୀଘ୍ର ଏସଓପି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ରତ୍ନଭଣ୍ଡାର କମିଟି ସଦସ୍ୟ ରାଜୀବ ସାହୁ ଏହି ସୂଚନା ଦେଇଛନ୍ତି । ଏହି ସମୟରେ ସମସ୍ତ ଟିମର ସହଯୋଗ ନିଆଯିବ । ସ୍ନେକ ହେଲପ ଲାଇନର ମଧ୍ୟ ସହଯୋଗ ନିଆଯିବ । ସେହିପରି ରତ୍ନଭଣ୍ଡାର ଯିବା ପୂର୍ବରୁ ଆଲୋକୀକରଣ ବ୍ୟବସ୍ଥା କରାଯିବ । ଆଜି କିମ୍ବା ଆସନ୍ତାକାଲି ରତ୍ନଭଣ୍ଡାର ଖୋଲିବା ନେଇ ଏସଓପି ନିର୍ଦ୍ଧାରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ଅଶଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବିଭିନ୍ନ ଦିଗରେ ଆଲୋଚନା ଚାଲିଛି । କାଲି ସରକାରଙ୍କ ନିଷ୍ପତି ନେଇ ସ୍ପଷ୍ଟ ହୋଇଯିବ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.1 ° C
    21.1 °
    21.1 °
    27 %
    1.8kmh
    0 %
    Sun
    21 °
    Mon
    33 °
    Tue
    35 °
    Wed
    35 °
    Thu
    36 °

    ସମ୍ବନ୍ଧିତ