Monday, October 5, 2026
21.7 C
Odisha

    ଜାନୁଆରି ୨୬ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ହତ୍ୟା କରିବି: ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ

    ଆଗକୁ ପଢନ୍ତୁ

    ଚଣ୍ଡୀଗଡ଼: ଜାନୁଆରି ୨୬ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ହତ୍ୟା କରିବି। ଏଭଳି କହି ଭଗୱନ୍ତ ମାନଙ୍କୁ ହତ୍ୟା ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ। ଆତଙ୍କବାଦୀ ପନ୍ନୁ ଏକ ନୂଆ ଭିଡିଓ ଜାରି କରିଛି ଯେଉଁଥିରେ ସେ ପଞ୍ଜାବର ଗ୍ୟାଙ୍ଗଷ୍ଟରମାନଙ୍କୁ ତାଙ୍କ ସହ ଯୋଗାଯୋଗ କରିବାକୁ କହିଛି। ହତ୍ୟା ଧମକ ଦେବା ସହ ପନ୍ନୁ ଜାନୁଆରି ୨୬ରେ ଗଣତନ୍ତ୍ର ଦିବସରେ ପରିବେଶକୁ ନଷ୍ଟ କରିବାକୁ ଧମକ ଦେଇଛି।

    ପଞ୍ଜାବରେ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାରୁ ପନ୍ନୁ ଏଭଳି ହତ୍ୟା ଧମକ ଦେଉଥିବା କୁହାଯାଉଛି। ଏହାପୂର୍ବରୁ ପଞ୍ଜାବ ପୁଲିସ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଥିଲା। ଜାନୁଆରି ୨୨ରେ ହେବାକୁ ଥିବା ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଆକ୍ରମଣ କରିବାକୁ ଭାରତ ସରକାରଙ୍କୁ ଧମକ ଦେବାର ସପ୍ତାହେ ପରେ ପନ୍ନୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଇଛି। ସପ୍ତାହେ ତଳେ ବାବ୍ରି ମସଜିଦ ଉପରେ ରାମ ମନ୍ଦିର ନିର୍ମାଣ ହୋଇଥିବା ଦାବି କରି ପ୍ରାଣ ପ୍ରତିଷ୍ଠାକୁ ବିରୋଧ କରିବା ପାଇଁ ସେ ମୁସଲମାନ ସମ୍ପ୍ରଦାୟକୁ ଅନୁରୋଧ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ