Saturday, October 19, 2024
25.2 C
Odisha

    ଖୋଲିଲା ଶ୍ରୀମନ୍ଦିରର ଚାରି ଦୁଆର; ଖୁସିରେ ଜଗା ଦର୍ଶନ କଲେ ଶ୍ରଦ୍ଧାଳୁ

    ଆଗକୁ ପଢନ୍ତୁ

    ପୁରୀ: ଆଜି ଖୋଲିଲା ଶ୍ରୀମନ୍ଦିରର ୪ ଦ୍ୱାର । ମଙ୍ଗଳ ଆଳତୀ ପରେ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିରର ଚାରି ଦୁଆର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ନୂତନ ମନ୍ତ୍ରି ପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଛି ଶ୍ରୀମନ୍ଦିରର ୪ଦ୍ୱାର। ମୁଖ୍ଯମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଦୁଇ ଉପମୁଖ୍ଯମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେବାପରେ ପ୍ରଥମ କରି ମୋହନ ମାଝୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଛନ୍ତି । କୋଭିଡ୍ ପରଠାରୁ ଦୀର୍ଘ ଚାରି ବର୍ଷ ଧରି ଶ୍ରୀନ୍ଦିର ସଂହଦ୍ବାରକୁ ଛାଡି ଅନ୍ୟ ତିନି ଦ୍ବାର ଅଶ୍ବଦ୍ବାର, ବାଘଦ୍ବାର ଏବଂ ହସ୍ତୀଦ୍ବାରକୁ ବନ୍ଦ ରହିଥିଲା। ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପରେ ସମସ୍ତ ଦ୍ବାରରୁ ଶ୍ରଦ୍ଧାଳୁମାନେ ପ୍ରବେଶ କରି ଶାନ୍ତି ଶୃଙ୍ଖଳାରେ ଜଗା ଦର୍ଶନ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.2 ° C
    25.2 °
    25.2 °
    88 %
    0.7kmh
    54 %
    Sat
    31 °
    Sun
    29 °
    Mon
    30 °
    Tue
    29 °
    Wed
    28 °

    ସମ୍ବନ୍ଧିତ