Wednesday, September 23, 2026
25.1 C
Odisha

    ଝଲସି ଉଠିଲା ପୁରୀ ଶ୍ରୀମନ୍ଦିର, ଚାରିପାର୍ଶ୍ବରେ ପୁଣି ହେଲା ଆଲୋକୀକରଣ ବ୍ୟବସ୍ଥା

    ଆଗକୁ ପଢନ୍ତୁ

    ପୁରୀ: ପୁଣି ଆଲୋକମାଳାରେ ଝଲସିଲା ଶ୍ରୀମନ୍ଦିର। ପୂର୍ବପରି ଉଜ୍ଜଳ ଆଲୋକମାଳାରେ ବଡ଼ଦେଉଳ, ନୀଳଚକ୍ର ଆଉ ପରିକ୍ରମା ପ୍ରକଳ୍ପର ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି ଶ୍ରଦ୍ଧାଳୁ। ଗତ ବୁଧବାର ରାତିରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରୁ ହଠାତ୍‌ ଲାଇଟ୍‌ ଖୋଲି ନେଇଥିଲା ଠିକା ସଂସ୍ଥା। ଏହାକୁ ନେଇ ଭକ୍ତ, ସେବାୟତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରି କି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଜିଲ୍ଲାପାଳଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ପ୍ରଶାସନ ପକ୍ଷରୁ ଦିଲ୍ଲୀର ଏକ ସଂସ୍ଥାକୁ ପୁନଶ୍ଚ ଲାଇଟ୍‌ ଲଗାବା ପାଇଁ କୁହାଯାଇଥିଲା। ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୃକ୍ତ ସଂସ୍ଥା ଲାଇଟ୍‌ ସଂଯୋଗ କରିବା ପରେ ଅନ୍ଧାରରୁ ମୁକ୍ତ ହୋଇଛି ଶ୍ରୀମନ୍ଦିର। ତ୍ୱରାନ୍ୱିତ ପଦକ୍ଷେପ ପାଇଁ ଭକ୍ତମାନେ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପକ୍ଷରେ କାହାକୁ ନ ଜଣାଇ ଲାଇଟ୍‌ଗୁଡ଼ିକ ଖୋଲିଥିବାରୁ ଠିକା ସଂସ୍ଥା ବିରୋଧରେ ସିଂହଦ୍ୱାର ଥାନାରେ ମାମଲା ରୁଜୁ କରାଯାଇଛି। ଜାନୁୟାରୀ ମାସରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଥିଲା। ବିଭିନ୍ନ ପ୍ରକାର ଆଲୋକମାଳାରେ ବେଶ୍‌ ସୁସଜ୍ଜିତ ହୋଇଥିଲା ଶ୍ରୀମନ୍ଦିର ଚତୁଃପାଶ୍ୱର୍। ଏକ ଠିକା ସଂସ୍ଥା ମନ୍ଦିର ଚାରିପାଶଖରେ ଏକାଧିକ ଫୋକସିଂ ଲାଇଟ୍‌ ଲଗାଇଥିଲା। ଏଭଳି ଆଲୋକୀକରଣ କରାଯାଇଥିଲା ଯେ ମେଘନାଦ ପାଚେରିଠାରୁ ଶ୍ରୀମନ୍ଦିର ନୀଳଚକ୍ର ପର୍ଯ୍ୟନ୍ତ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା। ଉତ୍ତରଦ୍ୱାର, ଦକ୍ଷିଣଦ୍ୱାର, ପଶ୍ଚିମ ଦ୍ୱାରରେ ବକ୍ସ ଭଳି ଏକାଧିକ ସ୍ଥାନରେ ବଡ ବଡ ଫୋକସିଂ ଲାଇଟ୍‌ ସବୁ ଲାଗିଥିଲା। ଏହି ଉଚ୍ଚକ୍ଷମତା ସମ୍ପନ୍ନ ଲାଇଟ୍‌ ସିଧାସଳଖ ଶ୍ରୀମନ୍ଦିର ଓ ନୀଳଚକ୍ରରେ ପଡୁଥିଲା। ଏଥିରେ ବଡ଼ଦେଉଳର ସୌନ୍ଦର୍ଯ୍ୟ ଫୁଟି ଉଠିବା ସହ ପରିକ୍ରମା ପ୍ରକଳ୍ପ ବେଶ୍‌ ସୁନ୍ଦର ଲାଗୁଥିଲା। ହେଲେ ଗତ ଗୁରୁବାର ରାତିରେ ଲାଇଟ୍‌ଗୁଡ଼ିକ ଖୋଲି ନିଆଯାଇଥିଲା। ଏହାକୁ ନେଇ ଭକ୍ତ ଓ ସେବାୟତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଥିଲା। ତୁରନ୍ତ ଏହି ଆଲୋକୀକରଣ ବ୍ୟବସ୍ଥା ଚାଲୁ କରିବାକୁ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.1 ° C
    25.1 °
    25.1 °
    93 %
    3.5kmh
    95 %
    Wed
    26 °
    Thu
    26 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ