Thursday, April 10, 2025
23 C
Odisha

    କୋହଲି-ରୋହିତଙ୍କ ପରେ ଟି-୨୦ରୁ ଅବସର ନେଲେ ଜାଡେଜା

    ଆଗକୁ ପଢନ୍ତୁ

    ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରେ ଭାରତୀୟ ଦଳର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଟି -୨୦ ଆନ୍ତର୍ଜାତୀୟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଏହି ସୂଚନା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଦେଇଛନ୍ତି। ଶନିବାର ବାର୍ବାଡୋସ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଥିବା ଟି-୨୦ ବିଶ୍ବକପ୍‌ ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ୧୭ ବର୍ଷ ପରେ ଚାମ୍ପିଅନ ହୋଇଥିଲା। ଭାରତ ୨୦୧୧ ବିଶ୍ବକପ୍‌ ପରେ ପ୍ରାୟ ୧୩ ବର୍ଷ ପରେ କୌଣସି ଆଇସିସି ଟ୍ରଫି ଜିତିବା ସହ ୧୭ ବର୍ଷ ପରେ ଅର୍ଥାତ ୨୦୦୭ ପରେ ପୁଣିଥରେ ଟି-୨୦ ବିଶ୍ବକପ ଟାଇଟଲ ଜିତିଛି। ତେବେ ଫାଇନାଲ ମ୍ୟାଚ ପରେ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ହୋଇଛି ଭାରତର ଅଧିନାୟକ ରୋହିତ ଶର୍ମା ଓ ରନ୍‌ ମେସିନ ବିରାଟ କୋହଲିଙ୍କ ଟି-୨୦ରୁ ଅବସର। ଦୁହେଁ ଭାରତକୁ ବିଶ୍ବକପ୍‌ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇବା ପରେ ଅବସର ନେଇଛନ୍ତି। ତେବେ ଗତକାଲି କୋହଲି-ରୋହିତଙ୍କ ଅବସର ପରେ ଆଜି ଟିମ୍‌ ଇଣ୍ଡିଆର ବେଷ୍ଟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଆଜି ଟି-୨୦ରୁ ଅବସର ଘୋଷଣା କରିଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    87 %
    3kmh
    2 %
    Wed
    23 °
    Thu
    39 °
    Fri
    41 °
    Sat
    41 °
    Sun
    40 °

    ସମ୍ବନ୍ଧିତ