Saturday, May 16, 2026
25.9 C
Odisha

    ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ପଶ୍ଚିମବଙ୍ଗରୁ ଆସି ବିହାରର କିଶନଗଞ୍ଜରେ ପହଞ୍ଚିଲା

    ଆଗକୁ ପଢନ୍ତୁ

    କଂଗ୍ରେସ ପାର୍ଟି ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ସୋମବାର ସକାଳେ ପଶ୍ଚିମବଙ୍ଗର ଉତ୍ତରରେ ଅବସ୍ଥିତ ଦିନାଜପୁର ଜିଲ୍ଲାର ସୋନେପୁରରୁ ପୁନଃ ଆରମ୍ଭ ହୋଇଛି । ଦଳର ନେତା କହିଛନ୍ତି ଯେ ଏହି ଯାତ୍ରା ଚୋପରା ଦେଇ ଇସଲାମପୁର ଯିବ। ଯେଉଁଠାରେ ରାହୁଲ ଗାନ୍ଧୀ ପ୍ରଥମେ ଏକ ଛୋଟ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ପରେ ଯାତ୍ରା ବିହାରର କିଶାନଗଞ୍ଜରେ ପ୍ରବେଶ କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ସୋମବାର କିଶାନଗଞ୍ଜ ଦେଇ ବିହାରରେ ପ୍ରବେଶ କରିଛି । କଂଗ୍ରେସ ରାଜ୍ୟ ୟୁନିଟ୍ ସଭାପତି ଅଖିଳେଶ ପ୍ରସାଦ ସିଂ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ ବିହାରରେ ରାହୁଲ ଗାନ୍ଧୀଙ୍କୁ ସ୍ୱାଗତ କରିଛନ୍ତି । ୨୦୨୦ ବିହାର ବିଧାନସଭା ନିର୍ବାଚନ ପ୍ରଚାର ପରେ ରାହୁଲ ଗାନ୍ଧୀଙ୍କ ଏହା ପ୍ରଥମ ବିହାର ଗସ୍ତ ।
    ‘ନ୍ୟାୟ ଯାତ୍ରା’ ଏପରି ଏକ ସମୟରେ ରାଜ୍ୟରେ ପ୍ରବେଶ କରିଛି ​​ଯେଉଁ ସମୟରେ ପୂର୍ବତନ କଂଗ୍ରେସ ସହଯୋଗୀ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ମେଣ୍ଟ ଛାଡି ପୁଣିଥରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ଵାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) କୁ ଯାଇଛନ୍ତି ।

    କଂଗ୍ରେସ ବିଧାନସଭା ଦଳର ନେତା ଶାକିଲ ଅହମ୍ମଦ ଖାନ କହିଛନ୍ତି କି ରାହୁଲ ଗାନ୍ଧୀ କିଶାନଗଞ୍ଜରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ମଙ୍ଗଳବାର ନିକଟ ପୁର୍ନିଆ ଜିଲ୍ଲାରେ ଏକ ବିଶାଳ ସମାବେଶ ଏବଂ ଗୋଟିଏ ଦିନ ପରେ କଟିହାରରେ ଆଉ ଏକ ରାଲି ଅନୁଷ୍ଠିତ ହେବ।

    କଂଗ୍ରେସ ରାଜ୍ୟ ୟୁନିଟ୍ ସଭାପତି ଅଖିଳେଶ ପ୍ରସାଦ ସିଂ କହିଛନ୍ତି ଯେ ରାହୁଲ ଗାନ୍ଧୀ ଗୁରୁବାର ଦିନ ଆରାରିଆ ଜିଲ୍ଲା ଦେଇ ପଶ୍ଚିମବଙ୍ଗ ଯିବେ ଏବଂ କିଛି ଦିନ ପରେ ଝାଡଖଣ୍ଡ ଦେଇ ବିହାରକୁ ପୁଣି ଫେରିବେ। କଂଗ୍ରେସର ରାଜ୍ୟ ୟୁନିଟ୍ର ନେତାଙ୍କ ଅନୁଯାୟୀ, ବିହାରରେ ଦଳର ସହଯୋଗୀ ଦଳ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ-ଲେନିନ୍ବାଦୀ) ସାଧାରଣ ସମ୍ପାଦକ ଦୀପନକର ଭଟ୍ଟାଚାର୍ଯ୍ୟଙ୍କୁ ପୁର୍ନିଆରେ ହେବାକୁ ଥିବା ରାଲିକୁ ନିମନ୍ତ୍ରଣ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.9 ° C
    25.9 °
    25.9 °
    87 %
    1.7kmh
    59 %
    Sat
    41 °
    Sun
    42 °
    Mon
    45 °
    Tue
    46 °
    Wed
    44 °

    ସମ୍ବନ୍ଧିତ