Tuesday, October 6, 2026
25.1 C
Odisha

    ବୀମା ଓ କ୍ଷତିପୂରଣ ଭିତରେ ପ୍ରଭେଦ ଅଛି କହି ଅଗ୍ନିବୀରଙ୍କ ପରିବାର ପାଇଁ ପୁଣି ସ୍ବର ଉଠାଇଲେ ରାହୁଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଡ୍ୟୁଟି ସମୟରେ ସହିଦ ହୋଇଥିବା ଅଗ୍ନିବୀରଙ୍କ ପାଇଁ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି। ପୂର୍ବରୁ ରାହୁଲଙ୍କର ଏକ ଭିଡିଓ ପୋଷ୍ଟ୍‌ କରିବା ପରେ ଅଜୟଙ୍କ ପରିବାରକୁ ସେନା ଓ ବୀମା ରାଶି ବାବଦରେ ୯୮ ଲକ୍ଷ ଟଙ୍କା ମିଳିଥିଲା। ରାହୁଏ ଏବେ ପୁଣି ଥରେ ସେହି ପ୍ରସଂଗ ଉଠାଇ କହିଛନ୍ତି ଯେ ରାହୁଲଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ କୌଣସି ଅନୁକମ୍ପାମୂଳକ ରାଶି ମିଳିନାହିଁ।ରାବେରେଲି ସାଂସଦ ସୋସିଆଲ୍‌ ମିଡିଆ ସାଇଟ୍‌ ଏକ୍ସରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ମୃତ ଅଗ୍ନିବୀରଙ୍କ ପିତା ଦର୍ଶାଇଥିଲେ ଯେ ତାଙ୍କ ପରିବାର ଏକ ଘରୋଇ ବ୍ୟାଙ୍କରୁ ୫୦ ଲକ୍ଷ ଟଙ୍କା ଏବଂ ସେନା ଗ୍ରୁପ୍‌ ବୀମା ବାବଦରେ ୮୪ ଲକ୍ଷ ଟଙ୍କା ପାଇଛନ୍ତି।
    ଏବେ ରାହୁଲ ଗୁରୁତ୍ୱାରୋପ କରିଛନ୍ତି ଯେ ପରିବାର ସରକାରଙ୍କ ତରଫରୁ କୌଣସି ଦେୟ ପାଇନାହାଁନ୍ତି। ଏହାଛଡ଼ା ବକେୟା ବେତନ କାହିଁକି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ କ୍ରେଡିଟ୍ ହୋଇନାହିଁ? ବୋଲି ପ୍ରଶ୍ନ କରିଛନ୍ତି।

    ଉକ୍ତ ଭିଡିଓରେ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ‘କ୍ଷତିପୂରଣ’ ଏବଂ ‘ବୀମା’ ମଧ୍ୟରେ ପାର୍ଥକ୍ୟ ଅଛି। ଅଜୟ କୁମାରଙ୍କ ପରିବାର ସରକାରଙ୍କଠାରୁ କୌଣସି ସହାୟତା ପାଇନାହାଁନ୍ତି। ସେ କହିଛନ୍ତି, “ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରୁଥିବା ପ୍ରତ୍ୟେକ ସହିଦଙ୍କ ପରିବାରକୁ ସମ୍ମାନ ଦିଆଯିବା ଉଚିତ କିନ୍ତୁ ମୋଦୀ ସରକାର ସେମାନଙ୍କ ପ୍ରତି ଭେଦଭାବ କରୁଛନ୍ତି।’’ ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି ଯେ ଇଣ୍ଡିଆ ବ୍ଲକ୍ ସଶସ୍ତ୍ର ବାହିନୀକୁ ଦୁର୍ବଳ ହେବାକୁ ଦେବ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    75 %
    0.6kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ