Monday, September 28, 2026
29.4 C
Odisha

    ପ୍ରାଣ ପ୍ରତିଷ୍ଠା ବିଜେପି, ଆରଏସଏସର ଏକ ରାଜନୈତିକ କାର୍ଯ୍ୟକ୍ରମ : ରାହୁଲ ଗାନ୍ଧି

    ଆଗକୁ ପଢନ୍ତୁ

    କୋହିମା : ଅଯୋଧ୍ୟାରେ ଜାନୁଆରୀ ୨୨ରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । କିନ୍ତୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ କଂଗ୍ରେସକୁ ନିମନ୍ତ୍ରଣ ପଠାଇଯାଇଥିଲେ ବି ଦଳ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଛି । ତେବେ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ପଚରାଯାଇଥିଲା ଯେ ସେ ଜାନୁଆରୀ ୨୨ ପରେ ଅଯୋଧ୍ୟା ଯାଇ ରାମଲଲାଙ୍କୁ ଦର୍ଶନ କରିବେ କି? ଏହା ଉପରେ ରାହୁଲ ଗାନ୍ଧି କହିଛନ୍ତି ଯେ ଏହି ଯାତ୍ରାର ଏକ ନିର୍ଦ୍ଦିଷ୍ଟ ମାର୍ଗ ଅଛି ଏବଂ ଆମେ ଏହାକୁ ଅନୁସରଣ କରିବୁ । ଜାନୁଆରି ୨୨ତାରିଖରେ ସେ ଆସାମରେ ରହିବେ ଓ ଲେଖରା ଶିବ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି ।

    ରାହୁଲ ଗାନ୍ଧି କହିଛନ୍ତି, ଆରଏସଏସ ଏବଂ ବିଜେପି ଜାନୁଆରୀ ୨୨ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ନରେନ୍ଦ୍ର ମୋଦୀଙ୍କ ରାଜନୈତିକ କାର୍ଯ୍ୟକ୍ରମ ରେ ପରିଣତ କରିଛନ୍ତି। ଏହା ଆରଏସଏସ-ବିଜେପି କାର୍ଯ୍ୟକ୍ରମ ଏବଂ ମୁଁ ଭାବୁଛି ସେଥିପାଇଁ କଂଗ୍ରେସ ଅଧ୍ୟକ୍ଷ ଠିକ୍ କହିଛନ୍ତି ଯେ ସେ ଏହି କାର୍ଯ୍ୟକ୍ରମକୁ ଯିବେ ନାହିଁ।

    ଆମେ ସବୁ ଧର୍ମ, ସମସ୍ତ ପରମ୍ପରା ପାଇଁ ଖୋଲା ଅଛୁ। ଏପରିକି ହିନ୍ଦୁ ଧର୍ମର ମହାନ ସନ୍ଥ ଶଙ୍କରାଚାର୍ଯ୍ୟ ମଧ୍ୟ ଜାନୁଆରୀ ୨୨ ସମାରୋହକୁ ଏକ ରାଜନୈତିକ ସମାରୋହ ବୋଲି ନିଜର ମତାମତ ସାର୍ବଜନୀନ କରିଛନ୍ତି। ତେଣୁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ନେଇ ଗଠିତ ଏକ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବା ଆମ ପାଇଁ କଷ୍ଟକର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ