Wednesday, March 5, 2025
21.6 C
Odisha

    ଆଜିଠୁ କମିବ ଦିନର ତାପମାତ୍ରା

    ଆଗକୁ ପଢନ୍ତୁ

    ଆଜିଠୁ କମିବ ଦିନ ତାପମାତ୍ରା । ମାଘରେ ଗ୍ରୀଷ୍ମ ଅନୁଭୁତିରୁ କିଛି ମାତ୍ରାରେ ଅଶ୍ୱସ୍ତି ମିଳିବ । ସମୁଦ୍ରିକ ବାୟୁ ଚଳାଚଳରେ ପରିବର୍ତନ ହୋଇଛି । ସମୁଦ୍ର ଆଡୁ ୧୨ରୁ ୧୫ କିଲୋମିଟର ବେଗରେ ପବନ ବହୁଥିବାରୁ ତାପମାତ୍ରା କିଛି ମାତ୍ରାରେ ନିୟନ୍ତ୍ରଣ ହୋଇପାରିଛି । ସେପଟେ ଗତକାଲି ଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ମୟୂରଭଂଜ ଓ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି । ଆଜି ଉତ୍ତର ଉପକୂଳ କେନ୍ଦୁଝର, ଢେଙ୍କାନାଳ ଓ ମୟୂରଭଂଜ ଜିଲ୍ଲା ସମେତ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ବର୍ଷା ହେବାର ଆଶଙ୍କ ରହିଛି । ଆଜି ଅପେକ୍ଷା ଆସନ୍ତାକାଲି ବର୍ଷାର ପରିମାଣ ବଢିବ । ପ୍ରାୟ ୬ ଦିନ ଯାଏଁ ବର୍ଷା ଲାଗି ରହିବ । ମେଘୁଆ ପାଗ ଯୋଗୁଁ ଦିନର ତାପମାତ୍ରା କମିବାର ଆଶଙ୍କା ରହିଛି । ଗତକାଲି ସୁବର୍ଣ୍ଣପୁରରେ ସର୍ବୋଚ୍ଚ ତାପମାତ୍ରା ୩୬ ଦଶମିକ ୩ ଡିଗ୍୍ରୀ ରେକର୍ଡ କରାଯାଇଥିଲା । ସେହିଭଳି ୩୬.୨ ଡିଗ୍ରୀ ସହ ଦ୍ୱିତୀୟ ସ୍ଥାନର ରହିଥିଲା ତାଳଚେର, ଭୁବନେଶ୍ୱର । ୫ଟି ସହରରେ ୩୫ ଡିଗ୍ରୀ ଉପରେ ଥିଲା ପାରଦ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    16 %
    2kmh
    0 %
    Wed
    22 °
    Thu
    34 °
    Fri
    36 °
    Sat
    38 °
    Sun
    38 °

    ସମ୍ବନ୍ଧିତ