Friday, September 25, 2026
25.2 C
Odisha

    କଂଗ୍ରେସ ବିଧାନସଭା ଦଳର ନେତା ହେଲେ ରାମ ଚନ୍ଦ୍ର କାଡାମ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କଂଗ୍ରେସ ସଭାପତି ଓଡିଶା ବିଧାନସଭାରେ କଂଗ୍ରେସ ବିଧାନସଭା ଦଳର ନେତା ଭାବେ ରାମଚନ୍ଦ୍ର କାଡାମଙ୍କୁ ନିଯୁକ୍ତ କରିଛନ୍ତି। ସେହିପରି ଉପନେତା ଭାବେ ଅଶୋକ ଦାସ ଏବଂ ମୁଖ୍ୟ ସଚେତକ ଭାବେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଡ.ରାଜନ ଏକ୍କାଙ୍କୁ ନିଯୁକ୍ତ କରିଛନ୍ତି। ଏନେଇ ଏଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କାଡାମ ପଟାଙ୍ଗୀ ବିଧାନସଭା ଆସନରୁ ୩ ଥର ବିଜୟୀ ହୋଇଛନ୍ତି। ଆସନ୍ତାକାଲିଠାରୁ ରାଜ୍ୟ ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ। ଏଥିରେ କଂଗ୍ରେସରୁ କେହି ସାମିଲ ହୋଇ ନଥିଲେ। କଂଗ୍ରେସର ବିଧାୟକ ଦଳ ନେତା ବଛା ହୋଇ ନଥିବାରୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା। ଆଉ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଖୋଦ୍ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଥିଲେ ଯେ କଂଗ୍ରେସ ଭଳି ଏକ ପୁରୁଣା ଦଳ ସର୍ବଦଳୀୟ ବୈଠକରେ ଯୋଗ ନଦେଇପାରିବା ଦୁର୍ଭାଗ୍ୟଜନକ।

    ଅନ୍ୟପକ୍ଷରେ ରାମଚନ୍ଦ୍ର କାଡ଼ାମ କହିଥିଲେ ଯେ ସର୍ବଦଳୀୟ ବୈଠକ ନେଇ ତାଙ୍କ ଦଳକୁ ଔପଚାରିକ ଚିଠି କରାଯାଇ ନ ଥିଲା। ଏହା ସହିତ ଆଜି ସନ୍ଧ୍ୟା ସୁଦ୍ଧା କଂଗ୍ରେସ ବିଧାୟକ ଦଳ ନେତାଙ୍କ ନାଁ ଘୋଷଣା ହେବ ବୋଲି ସେ କହିଥିଲେ। ଶ୍ରୀ କାଡ଼ାମ ଏହି ପ୍ରତିକ୍ରିୟା ରଖିବାର କିଛି ଘଣ୍ଟା ମଧ୍ୟରେ ଏଆଇସିସି ପକ୍ଷରୁ ତାଙ୍କରି ନାଁ କଂଗ୍ରେସ ବିଧାୟକ ଦଳ ନେତା ଭାବେ ଘୋଷଣା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    92 %
    4.9kmh
    100 %
    Fri
    26 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ