Tuesday, September 8, 2026
25.2 C
Odisha

    ରଣଜୀ ଟ୍ରଫି: ଅକଳରେ ଓଡ଼ିଶା, ଲୋଡ଼ା ୩୬୦ ରନ୍‌ ହାତରେ ୮ ୱିକେଟ୍‌

    ଆଗକୁ ପଢନ୍ତୁ

    କଟକ: ଡ୍ରିମ୍‌ସ ଖେଳ ପଡ଼ିଆରେ ଚାଲିଥିବା ଉତ୍ତରାଖଣ୍ଡ ବିପକ୍ଷ ରଣଜୀ ମ୍ୟାଚ୍‌ରେ ଓଡ଼ିଶା ପରାଜୟ ଏଡ଼ାଇବାକୁ ସଂଘର୍ଷ ଜାରି ରଖିଛି। ସୋମବାର ଶେଷଦିନରେ ବିଜୟ ପାଇଁ ଆଉ ୩୬୦ ରନ୍‌ର କଷ୍ଟକର ଲକ୍ଷ୍ୟ ଥିଲା ବେଳେ ଘରୋଇ ଦଳ ହାତରେ ୮ ୱିକେଟ୍ ରହିଛି। ଏଣୁ ଆସନ୍ତାକାଲିର ‌ଖେଳ ବେଶ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ତେବେ ମ୍ୟାଚ୍‌ ବଞ୍ଚାଇବାକୁ କିମ୍ବା ବିଜୟର ଅସାଧ୍ୟ ଲକ୍ଷ୍ୟକୁ ସାଧ୍ୟ କରିବାକୁ ହେଲେ ଘରୋଇ ବ୍ୟାଟର୍‌ଙ୍କୁ ଲମ୍ବା ପାଳି ଖେଳିବାକୁ ହେବ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାର ଅବଶିଷ୍ଟ ୮ ୱିକେଟ୍ ନେଇ ବିଜୟର ମିଠାମିଠା ସ୍ବାଦ ଚାଖିବାକୁ ଆତ୍ମବିଶ୍ବାସରେ ଭରପୂର ଉତ୍ତରାଖଣ୍ଡ ଦଳ ଆଶା ରଖିଛି।
    ରବିବାର (ତୃତୀୟ ଦିନ) ଉତ୍ତରାଖଣ୍ଡ ଦ୍ବିତୀୟ ପାଳିରେ ୮ ୱିକେଟ୍‌ ହରାଇ ୨୦୩ ରନ୍‌ କରିବା ସହ ପାଳି ଘୋଷଣା କରିଥିଲା। ଫଳରେ ଓଡ଼ିଶା ସମ୍ମୁଖରେ ୩୭୭ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ପୂରା ଋତୁରେ ଶୀର୍ଷକ୍ରମ ବିଫଳତାର ସମ୍ମୁଖୀନ ହୋଇଆସୁଥିବା ଓପନର୍‌ମାନେ ପୁଣି ଥରେ ଦଳକୁ ନିରାଶ କରିଛନ୍ତି। ଫଳରେ ଦ୍ବିତୀୟ ପାଳିରେ ୯ ଓଭର ଖେଳି ୨ଟି ମୂଲ୍ୟବାନ ୱିକେଟ୍‌ ବିନିମୟରେ ମ‌ାତ୍ର ୧୭ ରନ୍‌ କରିବାକୁ ସମର୍ଥ ହୋଇଛି ଓଡ଼ିଶା। ଅଧିନାୟକ ଶାନ୍ତନୁ ମିଶ୍ର ୪ ଏବଂ ଆଶୀର୍ବାଦ ସ୍ବାଇଁ ମାତ୍ର ୩ ରନ୍ କରି ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଛନ୍ତି। ଦଳୀୟ ସ୍କୋର ୧୦ ରନ୍ ଥିଲା ବେଳେ ଶାନ୍ତନୁଙ୍କ ରୂପରେ ଓଡ଼ିଶା ପ୍ରଥମ ୱିକେଟ୍ ହରାଇଥିଲା। ମାତ୍ର ୭ ରନ୍ ପରେ ପ୍ରଥମ ପାଳିର ଅର୍ଦ୍ଧଶତକ ହାସଲକାରୀ ଆଶୀର୍ବାଦ ଆଉଟ୍ ହେବା ଦଳ ପାଇଁ ସବୁଠୁ ବଡ଼ ଝଟ୍‌କା ହୋଇଥିଲା। ଉଭୟ ଦୀପକ ଧପୋଲାଙ୍କ ଦ୍ବାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଷ୍ଟମ୍ପ୍ସ ଅପସାରଣ ବେଳକୁ ସନ୍ଦୀପ ପଟ୍ଟନାୟକ ୮ ଓ ଦେବବ୍ରତ ପ୍ରଧାନ ୧ ରନ୍‌ କରି ଅପରାଜିତ ରହିଛନ୍ତି।

    ଓଡ଼ିଶା ଶନିବାର ସ୍କୋର୍‌ ୧୨୩/୬ରୁ ରବିବାରର ଖେଳ ଆରମ୍ଭ କରି ଆଉ ମାତ୍ର ୪୬ ରନ୍‌ରେ ଅବଶିଷ୍ଟ ୪ ୱିକେଟ୍ ହରାଇଥିଲା। ସନ୍ଦୀପ ପଟ୍ଟନାୟକଙ୍କ ୨୦ ରନ୍ ଥିଲା ଦଳର ତୃତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍। ଏହା ପୂର୍ବରୁ ଆ‌ଶୀର୍ବାଦ ୫୪ ଓ ଗୋବିନ୍ଦ ପୋଦ୍ଦାର ୩୨ ରନ୍ କରି କିଛିଟା ସମ୍ମାନ ରଖିଥିଲେ। ପ୍ରଥମ ପାଳିରେ ଘରୋଇ ଦଳ ୧୭୩ ରନ୍‌ରେ ପଛୁଆ ରହିଥିଲେ ମଧ୍ୟ ଉତ୍ତରାଖଣ୍ଡ (୩୪୨) ଫଲୋଅନ୍ ଡାକି ନଥିଲା। ବରଂ ଦ୍ବିତୀୟ ପାଳି ଖେଳି ନିଜ ବିଜୟ ସମ୍ଭାବନାକୁ ବଢ଼ାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    90 %
    1.5kmh
    96 %
    Tue
    25 °
    Wed
    31 °
    Thu
    30 °
    Fri
    27 °
    Sat
    29 °

    ସମ୍ବନ୍ଧିତ