Saturday, September 19, 2026
28.3 C
Odisha

    ରଣଜୀ ଟ୍ରଫି: ହିମାଚଳଠୁ ଓଡ଼ିଶାର ପ୍ରତିଶୋଧ

    ଆଗକୁ ପଢନ୍ତୁ

    କଟକ: ସନ୍ଦୀପ ପଟ୍ଟନାୟକଙ୍କ ଲଢୁଆ ଶତକ ପରେ ସୋମବାର ରାଜେଶ ମହାନ୍ତିଙ୍କ ଆଉ ଏକ ୫ ୱିକେଟ୍‌ ସଫଳତା ଓଡ଼ିଶାକୁ ଚଳିତ ରଣଜୀ ଋତୁରେ ପ୍ରଥମ ବିଜୟ ଦେଇଛି। ଡ୍ରିମ୍ସ ପଡ଼ିଆରେ ଖେଳାଯାଇଥିବା ଦ୍ବିତୀୟ ଘରୋଇ ମ୍ୟାଚ୍‌ରେ ଓଡ଼ିଶା ୨୩୮ ରନ୍‌ରେ ହିମାଚଳ ପ୍ରଦେଶକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରୁ ୬ ପଏଣ୍ଟ୍‌ ପାଇବା ପରେ ଓଡ଼ିଶାର ମୋଟ୍‌ ପଏଣ୍ଟ୍‌ ସଂଖ୍ୟା ୯ରେ ପହଞ୍ଚିଛି। ଏହି ବିଜୟ ପରେ ବାରବାଟୀ ଷ୍ଟାଡିୟମ୍‌ରେ ଫେବ୍ରୁଆରି ୨ ତାରିଖରୁ ପୁଡୁଚେରୀ ବିପକ୍ଷରେ ହେବାକୁ ଥିବା ମ୍ୟାଚ୍‌ ପାଇଁ ଓଡ଼ିଶା ବଳ ଯୋଗାଡ଼ କରିଛି।ବିଜୟ ପାଇଁ ସୋମବାରର ଶେଷ ଦିନରେ ଓଡ଼ିଶାକୁ ୯ ୱିକେଟ୍‌ ଓ ହିମାଚଳ ପ୍ରଦେଶକୁ ୩୫୫ ରନ୍‌ ଆବଶ୍ୟକ ହେଉଥିଲା। କିନ୍ତୁ ମଧ୍ୟାହ୍ନଭୋଜନ ପୂର୍ବରୁ ଅଭିଷେକ କୁମାର (୧୨) ଓ ଅଙ୍କିତ କାଲ୍‌ସି (୨୭) ଆଉଟ ହୋଇଯିବାରୁ ପ୍ରାରମ୍ଭିକ ବ୍ୟାଟର ପ୍ରଶାନ୍ତ ଚୋପ୍ରା ଧୈର୍ଯ୍ୟର ସହ ଖେଳିଥିଲେ। ଅର୍ଦ୍ଧଶତକ ପୂରଣ କରିବା ପରେ ମଧ୍ୟାହ୍ନଭୋଜନ ବିରତି ପରେ ପ୍ରଶାନ୍ତ (୫୭) ଆଉଟ୍‌ ହୋଇଯିବାରୁ ଅନ୍ୟମାନେ ପଛକୁ ପଛ ପ୍ୟାଭିଲିଅନ୍‌ ଫେରିଥିଲେ। ବିପ୍ଳବ ସାମନ୍ତରାୟ, ଦେବବ୍ରତ ପ୍ରଧାନ ଓ ହର୍ଷିତ ରାଠୋଡ଼ ଶୀର୍ଷ‌ ବ୍ୟାଟରଙ୍କୁ ଆଉଟ୍‌ କରିବା ପରେ ମଧ୍ୟକ୍ରମ ଭାଙ୍ଗିଥିଲେ ରାଜେଶ ମହାନ୍ତି। ଏକଦା ୧୦୮ରନ୍‌ରେ ହିମାଚଳ ୩ ୱିକେଟ୍‌ ହରାଇଥିଲା ବେଳେ ପରବର୍ତ୍ତୀ ୪୧ ରନ୍‌ରେ ୭ ୱିକେଟ୍‌ ଝଡ଼ି ଯାଇଥିଲା। ଡ୍ରିମ୍‌ସରେ ଖେଳାଯାଇଥିବା ଗତ ଦୁଇ ମ୍ୟାଚ୍‌ରେ ରାଜେଶ ମହାନ୍ତି ତୃତୀୟ ଥର ୫ ୱିକେଟ୍‌ ନେଇ ଓଡ଼ିଶାକୁ ପ୍ରଥମ ବିଜୟ ଦେଇଛନ୍ତି। ହିମାଚଳ ୧୪୯ରେ ଅଲଆଉଟ୍‌ ହୋଇଥିଲା ବେଳେ ୭ ଜଣ ଦୁଇ ଅଙ୍କରେ ପହଞ୍ଚିପାରି ନଥିଲେ। ସନ୍ଦୀପ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହେବା ସହ ମ୍ୟାଚ୍‌ ରେଫରି ନିଶିତ ସୁଧାକର ସେଠୀଙ୍କଠୁ ପୁରସ୍କାର ଗ୍ରହଣ କରିଛନ୍ତି।

    ଓଡ଼ିଶା ଏହି ମ୍ୟାଚ୍‌ରେ ପ୍ରଥମ ପାଳି ପଛରେ ପଡ଼ିଯିବା ସତ୍ତ୍ବେ ଓଡ଼ିଶା ବିଜୟୀ ହୋଇ ଉଲ୍ଲେଖନୀୟ ସଫଳତା ପାଇଛି। ସେହିଭଳି ଗତବର୍ଷ ପରାଜୟର ମଧ୍ୟ ମଧୁର ପ୍ରତିଶୋଧ ନେଇଛି ଓଡ଼ିଶା। ଗତବର୍ଷ ଜାନୁଆରି ମାସରେ ଅନୁଷ୍ଠିତ ମୁକାବିଲାରେ ଓଡ଼ିଶାକୁ ନିଜ ଘରୋଇ ପରିବେଶରେ ୩ ୱିକେଟ୍‌ରେ ପରାସ୍ତ କରିଥିଲା। ଏଥି ସହିତ ଦୁଇ ରାଜ୍ୟ ମଧ୍ୟରେ ବିଜୟ-ପରାଜୟ ସଂଖ୍ୟା ୩-୩ରେ ରହିଛି। ଅନ୍ୟ ୩ଟି ଡ୍ର’ ମୁକାବିଲାରେ କିନ୍ତୁ ଓଡ଼ିଶାର ପାଳି ଅଗ୍ରଣୀ ରହିଥିଲା।

    ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୧୩୮/୧୦ (ଆଶୀର୍ବାଦ ସ୍ବାଇଁ-୩୭*, ରାଜେଶ ମହାନ୍ତି-୨୮, ଅଭିଷେକ କୁମାର-୪/୩୯, ଋଷି ଧାୱନ-୩/୩୫)। ହିମାଚଳ ପ୍ରଦେଶ ପ୍ରଥମ ପାଳି: ୧୭୬/୧୦ (ଅଙ୍କିତ କାଲ୍‌ସି-୩୮, ବିପ୍ଳବ ସାମନ୍ତରାୟ-୩/୩୦, ରାଜେଶ ମହାନ୍ତି-୩/୫୬, ଦେବବ୍ରତ ପ୍ରଧାନ-୨/୨୮, ସୁନିଲ ରାଉଳ-୨/୪୪)। ଓଡ଼ିଶା ଦ୍ବିତୀୟ ପାଳି: ୧୧୭ ଓଭରରେ ୪୨୫/୮, ଘୋଷିତ (ସନ୍ଦୀପ ପଟ୍ଟନାୟକ-୧୫୦, ଅନୁରାଗ ଷଡ଼ଙ୍ଗୀ-୭୦*, ବିପ୍ଳବ ସାମନ୍ତରାୟ-୪୬, ରିଷି ଧାୱନ-୩/୮୩, ଆକାଶ ବଶିଷ୍ଠ -୨/୫୩, ଅର୍ପିତ ଗୁଲେରିଆ-୨/୭୪)। ହିମାଚଳ ପ୍ରଦେଶ ଦ୍ବିତୀୟ ପାଳି: ୫୭.୪ ଓଭରରେ ୧୪୯/୧୦ (ପ୍ରଶାନ୍ତ ଚୋପ୍ରା-୫୭, ରାଜେଶ ମହାନ୍ତି-୫/୩୩, ବିପ୍ଳବ ସାମନ୍ତରାୟ-୨/୨୫, ହର୍ଷିତ ରାଠୋଡ଼-୧/୧୩, ସୁନିଲ ରାଉଳ-୧/୨୮, ଦେବବ୍ରତ ପ୍ରଧାନ-୧/୩୯)।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.3 ° C
    28.3 °
    28.3 °
    85 %
    1.6kmh
    99 %
    Sat
    29 °
    Sun
    30 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ