Saturday, July 27, 2024
24.6 C
Odisha

    ଚଳନ୍ତା କାରରେ ନିଜ ପ୍ରେମିକାକୁ ଦୁଷ୍କର୍ମ କଲା ଯୁବକ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର:ଲାଗିଛି ପ୍ରେମ ସମ୍ପର୍କରେ କଳଙ୍କର ଛିଟା । ପୁଣି ବଦନାମ ହୋଇଛି ପ୍ରେମ । ଚଳନ୍ତା କାର ଭିତରେ ନିଜ ପ୍ରେମିକାକୁ ଦୁଷ୍କର୍ମ କରିଛି ପ୍ରେମିକ। ପ୍ରେମିକାକୁ ଦୁଷ୍କର୍ମ ଅଭିଯୋଗରେ ପ୍ରେମିକକୁ ଗିରଫ କରିଛି ପୋଲିସ୍ । ସୂଚନା ଅନୁଯାୟୀ, ଗିରଫ ପ୍ରେମିକ ହେଲା ବାଲିଗୁଡା ବଜାର ସାହିର ଆଶିଷ ମହାପାତ୍ର। ଅଭିଯୁକ୍ତ ବାଲିଗୁଡା ସହରରେ କାର୍ଯ୍ୟରତ ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ କ୍ରୀଡା ଶିକ୍ଷୟତ୍ରୀଙ୍କୁ ପ୍ରେମ କରି ଆସୁଥିଲା। ଶିକ୍ଷୟତ୍ରୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ପ୍ରାୟ ଏକ ବର୍ଷ ହେବ ପ୍ରେମ ସମ୍ପର୍କ ରହିଆସିଥିଲା । ଦୁଇ ଦିନ ତଳେ ଶିକ୍ଷୟତ୍ରୀଙ୍କୁ ବାହା ହେବ କହି ନିଜ ଘରକୁ ନେଇଥିଲା ଅଭିଯୁକ୍ତ ପ୍ରେମିକ । କିନ୍ତୁ ପ୍ରେମିକ ଆଶିଷର ଘର ଲୋକ ବିବାହ କରିବାକୁ ସହମତି ପ୍ରକାଶ କରିନଥିଲେ । କାରଣ ଶିକ୍ଷୟତ୍ରୀ ଜଣଙ୍କ ଆଦିବାସୀ ହୋଇଥିବାକୁ ଅନ୍ୟ ଜାତି କହି ଗ୍ରହଣ ନକରିବାକୁ ମନା କରିଦେଇଥିଲେ । ଯାହାଫଳରେ ଆଶିଷ ପରେ ଶିକ୍ଷୟତ୍ରୀଙ୍କୁ ନେଇ ଏକ କାରରେ ରାୟପୁର ନେଇଯାଇଥିଲା । କିନ୍ତୁ ନେବା ସମୟରେ ଚଳନ୍ତା କାର ଭିତରେ ନିଜ ପ୍ରେମିକାକୁ ଦୁଷ୍କର୍ମ କରିଥିଲା ଆଶିଷ । ଏପଟେ ଘଟଣାପରେ ଶିକ୍ଷୟତ୍ରୀ ଜାଣିବାକୁ ପାଇଥିଲେ କାରରେ ଆଶିଷ ତାଙ୍କୁ ରାୟପୁର ନେଇଯାଉଛି । ସେ ତୁରନ୍ତ ଏନେଇ ନିଜ ଭାଇକୁ ଏକଥା ଜଣାଇଥିଲେ । ଶିକ୍ଷୟତ୍ରୀଙ୍କ ଭାଇ ଆଶିଷକୁ କଲରେ ବାଲିଗୁଡା ଆସିବାକୁ କହିଥିଲେ । ବାଲିଗୁଡା ଆସିବା ପରେ ଶିକ୍ଷୟତ୍ରୀ ଜଣକ ଚଳନ୍ତା କାର ଭିତରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ କହିଥିଲେ । ଏହାପରେ ସିଧା ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବାଲିଗୁଡା ପୋଲିସ ଅଭିଯୁକ୍ତ ଆଶିଷ କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ନେଇ ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ