Wednesday, May 21, 2025
27.6 C
Odisha

    ବୁଖାରୀ ଗିରଫ ହେବା ପରେ ସ୍ତ୍ରୀ ସାଇନାଜଙ୍କ ପ୍ରତିକ୍ରିୟା: କହିଲେ, ପୂର୍ବ ପତ୍ନୀଙ୍କୁ ଛାଡପତ୍ର ଦେଇଥିବା କହି ବାହା ହୋଇଥିଲା ବୁଖାରୀ

    ଆଗକୁ ପଢନ୍ତୁ

    ବୁଖାରୀ ଗିରଫ ହେବା ପରେ ସ୍ତ୍ରୀ ସାଇନାଜ ପରୱିନଙ୍କ ପ୍ରତିକ୍ରିୟା । ପୂର୍ବ ପତ୍ନୀଙ୍କୁ ଛାଡପତ୍ର ଦେଇସାରିଥିବା କହି ସାଇନାଜଙ୍କୁ ବାହା ହୋଇଥିଲେ ବୁଖାରୀ । ମାଟ୍ରିମୋନି ସାଇଟ ଜୀବନସାଥୀ ଡଟକମରେ ହୋଇଥିଲା ପରିଚୟ । ପୂର୍ବ ଜଣଙ୍କୁ ବିବାହ କରିବା ସହ ଛୋଟ ଝିଅ ଥିବା କହିଥିଲା ବୁଖାରୀ । ଛୋଟ ଝିଅକୁ ଗ୍ରହଣ କଲେ ବିବାହ କରିବ ବୋଲି ରଖିଥିଲା ସର୍ତ୍ତ । ବୁଖାରୀର ସର୍ତ୍ତରେ ରାଜି ହୋଇ ବାହା ହୋଇଥିଲା ସାଇନାଜ ପରୱିନ । ବର୍ଷେ, ଦେଢବର୍ଷ, ଦୁଇ ବର୍ଷରେ ଥରେ ଆସି ୮ ଦିନ କିମ୍ବା ୪ ଦିନ ରହୁଥିଲା ବୁଖାରୀ । ପ୍ରଥମ ଥର ପାଇଁ ୨ ମାସ ରହିଥିଲା ସୟଦ ଇଶାନ ବୁଖାରୀ । ବ୍ୟାଙ୍କ କାଗଜପତ୍ର ଠିକ କରିବାକୁ କହି ଏତେଦିନ ରହିଥିବା କହିଲେ ସ୍ତ୍ରୀ ସାଇନାଜ । ଏହାଛଡା ବୁଖାରୀ ବାବଦରେ ଆଉ କିଛି ଜଣାନଥିବା କହିଲେ ଫୋନ ଯୋଗେ ଦେଲେ ପ୍ରତିକ୍ରିୟା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.6 ° C
    27.6 °
    27.6 °
    73 %
    2.7kmh
    26 %
    Tue
    28 °
    Wed
    38 °
    Thu
    36 °
    Fri
    37 °
    Sat
    37 °

    ସମ୍ବନ୍ଧିତ