Tuesday, October 6, 2026
28.6 C
Odisha

    ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ୧୦ ହଜାର ଟଙ୍କା ଜରିମାନା

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଜନୈକ ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତ ମୋହନ ମାଝୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ହୋଇଛି। ଏଥି ସହିତ ରାଇରଙ୍ଗପୁର କୋର୍ଟ ଦୋଷୀଙ୍କୁ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

    ମାମଲାର ବିବରଣୀରୁ ଜଣାଯାଏ ଯେ, ବିଶୋଇ ଥାନା ଅଂଚଳରେ ଜନୈକ ବିବାହିତା ମହିଳା ଏକୁଟିଆ ରହୁଥିଲେ। ତାଙ୍କର ସ୍ବାମୀ ପରିବାର ପ୍ରତିପୋଷଣ ପାଇଁ ଗୁଜୁରାଟକୁ ଦାଦନ ଭାବରେ କାମ କରିବାକୁ ଯାଇଥିଲେ। ୨୦୨୩ ଜାନୁଆରି ୧୦ ତାରିଖ ରାତିରେ ବିବାହିତା ମହିଳା ପରିସ୍ରା ପାଇଁ ବାହାରକୁ କବାଟ ଖୋଲି ଯାଇଥିବାର ସୁଯୋଗ ଦେଖି କାମୁକ ମୋହନ ମାଝୀ (୩୨) ନିଜର କାମ ବାସନା ପୂରଣ ପାଇଁ ଭୁଜାଲି ଧରି ଅନ୍ଧାରିଆ ରାତିରେ ତାଙ୍କ ଘର ଭିତରକୁ ପଶି ଯାଇଥିଲେ।
    ପରିସ୍ରା ସାରି ଘର ଭିତରକୁ ପଶି କବାଟ ଦେଲା ବେଳକୁ ମୋହନ ମାଝୀ ଭୁଜାଲି ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କରିଥିଲା। ପୀଡିତାଙ୍କ ଏଭଳି ଦୁଃଖଦ ଘଟଣାକୁ କାହାକୁ କହି ପାରି ନ ଥିଲେ। ଏ ସମନ୍ଧରେ ପରେ ସ୍ବାମୀଙ୍କୁ ଜଣାଇଥିଲେ। ସ୍ବାମୀ ଗୁଜରାଟରୁ ଘରକୁ ଆସି ଆସାମୀଙ୍କ ବିରୋଧରେ ମାସେ ପରେ ଫେବ୍ରୁଆରି ୧୦ରେ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ବିଶୋଇ ଥାନାରେ କେଶ୍ ନଂ ୩୩/୨୩ ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ଆଜି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଭି. ସୁଜାତା  ପୁଲିସ ତଦନ୍ତ ପାରିପାର୍ଶ୍ବିକ ଘଟଣା ଏବଂ ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ମୋହନ ମାଝୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଅନାଦେୟ ୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରୀ ଓକିଲ ଭାବେ ସରକାରଙ୍କ ପକ୍ଷରୁ ଏପିପି ପଙ୍କଜ ଦାସ ମାମଲାର ପରିଚାଳନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.6 ° C
    28.6 °
    28.6 °
    75 %
    0.8kmh
    1 %
    Tue
    25 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ