Saturday, October 10, 2026
21.6 C
Odisha

    ରଥଯାତ୍ରା ବେଳେ ଖୋଲିପାରେ ରତ୍ନଭଣ୍ଡାର

    ଆଗକୁ ପଢନ୍ତୁ

    ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରତ୍ନଭଣ୍ଡାରରେ ଥିବା ରତ୍ନଗୁଡ଼ିକ କିଭଳି ଗଣତି, ମଣତି ବ୍ୟବସ୍ଥା ହୋଇପାରିବ, ସେନେଇ ଆଲୋଚନା କରାଯାଇଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ, ଉଚ୍ଚସ୍ତରୀୟ କମିଟି ଓ ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ଥିଲେ। ସେହିପରି ଭର୍ଚୁଆଲ ଯୋଗେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଓଡ଼ିିଶା ମୁଖ୍ୟ ଡି.ବି. ଗଡ଼ନାୟକ ଏବଂ ଉଚ୍ଚସ୍ତରୀୟ କମିଟିର ସଦସ୍ୟ ଡ. ରମାକାନ୍ତ ପଣ୍ଡା ଯୋଡ଼ି ହୋଇ ଆଲୋଚନାରେ ଭାଗ ନେଇଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ କମ୍‌ କିମ୍ବା ବନ୍ଦ ଥିବାବେଳେ ତଥା ରଥଯାତ୍ରା ସମୟରେ ରତ୍ନଗଣତି ପ୍ରକ୍ରିୟା ସହଜ ହେବା ନେଇ ବୈଠକରେ ଆଲୋଚନା କରାଯାଇଛି। ବୈଠକ ପରେ ଜଷ୍ଟିସ୍‌ ପଶାୟତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ସହ ରତ୍ନଅଳଙ୍କାରଗୁଡ଼ିକୁ ଗଣତିମଣତି ବେଳେ କ’ଣ ସବୁ ସମସ୍ୟା ଆଗକୁ ଆସିବ ଏବଂ କିଭଳି ଭାବେ ଏହାର ସମାଧାନ କରାଯାଇପାରିବ ସେନେଇ ଆଲୋଚନା କରାଯାଇଛି। ତେବେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ କମ୍‌ କିମ୍ବା ବନ୍ଦ ଥିବା ସମୟରେ ତଥା ରଥଯାତ୍ରା ସମୟରେ ହିଁ ରତ୍ନଭଣ୍ଡାର ଖୋଲାଯାଇ ଗଣତି, ମଣତି ହୋଇପାରିବ। ଏହା ଏତେ ସହଜ ନୁହେଁ, କାରଣ ୧୯୭୮ ମସିହା ପରେ ଏହା ପ୍ରଥମ ଥର ପାଇଁ ଖୋଲାଯାଇ ଗଣନ୍ତି ମଣତି କରାଯିବ। ତେଣୁ କାର୍ଯ୍ୟ ସମୟରେ ପ୍ରାକ୍ଟିକାଲ ଭାବେ କ’ଣ ସବୁ ସମସ୍ୟା ଆସିପାରେ ସେ ନେଇ ଆଲୋଚନା କରାଯାଇଛି। ଆଗକୁ ମଧ୍ୟ ଏନେଇ ଆହୁରି ଆଲୋଚନା କରାଯିବ ଓ ନିଷ୍ପତ୍ତି ନିଆଯିବ। ଅପରପକ୍ଷରେ ୧୯୭୮ ମସିହା ବେଳର ଏବଂ ବର୍ତ୍ତମାନ ସମୟର ବୈଷୟିକ ଜ୍ଞାନକୌଶଳ ଭିତରେ ବହୁତ ଫରକ ରହିଛି। ବର୍ତ୍ତମାନ ସମୟର ବୈଷୟିକ ଜ୍ଞାନକୌଶଳ ଉପଯୋଗ କରାଯାଇ ରତ୍ନଭଣ୍ଡାର ଅଳଙ୍କାରର ଗଣତି, ମଣତି କିଭଳି କରାଯାଇପାରିବ ସେନେଇ ବୈଠକରେ ଆଲୋଚନା ହୋଇଛି। ପୂର୍ବରୁ ବ୍ରିଟିଶ୍‌ ସମୟରେ ୧୯୨୬ ମସିହା ଓ ପରେ ଶେଷଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାରର ଯାଞ୍ଚ ହୋଇଥିଲା। ୧୯୭୮ ମସିହାର ରିପୋର୍ଟ ତାଙ୍କର ହସ୍ତଗତ ହୋଇଛି। ତେବେ ମହାପ୍ରଭୁ ସମସ୍ତ କାର୍ଯ୍ୟ କରାଇଥାନ୍ତି। ତେଣୁ ତାଙ୍କ ରତ୍ନଭଣ୍ଡାର ଯାଞ୍ଚ ଓ ଗଣତିି ମଣତି ମହାପ୍ରଭୁ କରାଇବେ ବୋଲି ଜଷ୍ଟିସ୍‌ ପଶାୟତ କହିଛନ୍ତି। ବୈଠକ ପୂର୍ବରୁ ଜଷ୍ଟିସ ପଶାୟତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଇଚ୍ଛାରେ ହିଁ ସବୁ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ