Monday, March 30, 2026
27.4 C
Odisha

    ଚଳଚଞ୍ଚଳ ରଥଖଳା: ଶେଷ ପର୍ଯ୍ୟାୟରେ ଦୁଆରବେଢ଼ା କାର୍ଯ୍ୟ

    ଆଗକୁ ପଢନ୍ତୁ

    ପୁରୀ: ରଥ ନିର୍ମାଣ କାର୍ଯ୍ୟ ୫୧ଦିନ ଅତିକ୍ରମ କରିଛି। ତିନି ରଥର ଦୁଆର ବେଢ଼ା କାର୍ଯ୍ୟ ସାରି ଚନ୍ଦ୍ରଶାଳା ସଂଯୋଗ କରି ଚିତ୍ରକର ସେବକଙ୍କୁ ଯୋଗାଇ ଦେବା ପରେ ଆଜି ସେମାନେ ୬ଟି ଦୁଆର ବେଢ଼ାରେ ଦେବଦେବୀଙ୍କ ଚିତ୍ର ଆଙ୍କିଛନ୍ତି। ତିନି ରଥର ବେଦିରେ ପଟାବାଡ଼ିଆ କାର୍ଯ୍ୟ ଜାରି ରହିଛି। ବେଦି ଉପରେ ସିଂହାସନ ଖଞ୍ଜିବା ଲାଗି ରଥଚାଳିରେ ସିଂହାସନ କାର୍ଯ୍ୟ ମହାରଣା ସେବକମାନେ ଶେଷ କରିଛନ୍ତି। କଳସରେ ଚଦରବାଡ଼ିଆ କାର୍ଯ୍ୟ ଶେଷ ହେବା ପରେ ଏହା ଉପରେ ଚିତ୍ର ଲାଗି ଚିତ୍ରକର ସେବକଙ୍କୁ ଭୋଇ ସେବକମାନେ ଯୋଗାଇ ଦେଇଛନ୍ତି। ଏଥିସହ କନକମୁଣ୍ଡି କାମ ଚାଲୁ ରହିଛି। ବିଶେଷକରି ସାରଥିମାନଙ୍କୁ ବେଶି ଉଠାପକା ଯୋଗୁ ଏଥର ସାରଥି କ୍ଷତିଗ୍ରସ୍ତ ହୋଇଛନ୍ତି। ସାରଥିଙ୍କ ଅଣ୍ଟା ଓ ଗୋଡ଼ ଖଞ୍ଜାରେ ରୂପକାରମାନେ ସାଲ ଦେଇ କସିବା କାର୍ଯ୍ୟ ଜାରି ରଖିଛନ୍ତି। ରଥଚାଳି ନିକଟକୁ ତିନିରଥର ଘୋଡ଼ା ଆଣି ଭୋଇସେବକମାନେ ଯୋଗାଇ ଦେଇଛନ୍ତି। ଘୋଡ଼ାରେ ପ୍ରାଇମର୍‌ ଦେବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଚିତ୍ରକର ସେବକମାନେ ପାର୍ଶ୍ବ ଦେବଦେବୀ, ରଥଚକ, ଗୁଜଗୁଡ଼ିକରେ ଚିତ୍ର ପକାଇବା କାର୍ଯ୍ୟ ଜାରି ରଖିଛନ୍ତି। ଦରଜି ସେବକମାନେ ଦୁଆର ବେଢ଼ା ପାଇଁ କନା କାଟିବା ପରେ ସେଥିରେ ଲେସ୍‌, ସିଲ୍‌ଭର୍‌ ଜରିରେ ଫୁଲ ଡାଳି ପକାଇ ଦୁଆର ବେଢ଼ା ଘୋଡ଼ଣି କନା ପ୍ରସ୍ତୁତ କରୁଛନ୍ତି। ଅସ୍ଥାୟୀ କମାରଶାଳାରେ ଓଝାସେବକମାନେ ସାରଥିଙ୍କ ଅଣ୍ଟା ପାର୍ଶ୍ବ ସଂଯୋଗ ପାଇଁ ସାରଥି ବାଗିଆ କଣ୍ଟା ଓ ହାତର ସଂଯୋଗ ସ୍ଥାନ ପାଇଁ ଚାନ୍ଦି କଣ୍ଟା ଓ ପ୍ରଭା କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ