Thursday, September 10, 2026
24.6 C
Odisha

    କଖାରୁ ପୋଡ଼ପିଠା

    ଆଗକୁ ପଢନ୍ତୁ

    ଆବଶ୍ୟକ ସାମଗ୍ରୀ: କଖାରୁ, ଅରୁଆ ଚାଉଳ, ଲୁଣ, ଗୁଡ଼, କାଜୁ, କିସମିସ୍‌, ପିସ୍ତା, ନଡ଼ିଆ, ଗୁଆ ଘିଅ ।

    ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ କଖାରୁକୁ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ। ଏହାପରେ ଏକ ପ୍ରେସର କୁକରରେ ତାହାକୁ ନେଇ ଅଳ୍ପ ପାଣି ପକାଇ ସିଝାଇ ଦିଅନ୍ତୁ। ତାହାର ପ୍ରାୟ ୪,୫ ଘଣ୍ଟା ପୂର୍ବରୁ ଚାଉଲକୁ ଭିଜାଇ ରଖି ଦିଅନ୍ତୁ । ଏବେ କଖାରୁ ଥଣ୍ଡା ହୋଇଯିବା ପରେ ଗ୍ରାଇଣ୍ଡିଂ ଜାରରେ କଖାରୁ, ଭିଜାଇଥିବା ଚାଉଳକୁ ଛାଣି ପକାନ୍ତୁ। ଏବେ ସେଥିରେ ଅଳ୍ପ ଲୁଣ ଓ ଆବଶ୍ୟକତା ଅନୁଯାୟୀ ଗୁଡ଼ ପକାଇ ଗ୍ରାଇଣ୍ଡିଂ କରନ୍ତୁ। ଏଥିରେ ଜମା ପାଣି ଦିଅନ୍ତୁ ନାହିଁ। କଖାରୁ ଆଣକୁ ଏକ ପାତ୍ରକୁ ବାହାର କରି ସେଥିରେ ଅଳ୍ପ କିଛି ସୁଜି, କାଜୁ, କିସମିସ୍‌, ପିସ୍ତା ବାଦାମ, ନଡ଼ିଆ ଖଣ୍ଡ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ କିଛି ବେକିଂ ପାଉଡର ମିଶାଇ ଭଲ ଭାବେ ଫେଣ୍ଟନ୍ତୁ। ଏହାପରେ ଏକ ପ୍ରେସର କୁକରକୁ ଗରମ କରି ସେଥିରେ ଗୁଆ ଘିଅ ଦିଅନ୍ତୁ। ଏହାପରେ ସେଥିରେ ଆଣକୁ ପକାଇ ହ୍ୟାଣ୍ଡେଲ ବନ୍ଦ କରି ଦିଅନ୍ତୁ। ହ୍ୟାଣ୍ଡେଲରୁ ହୁଇସିଲ୍‌କୁ ବାହାର କରିବାକୁ ଭୁଲନ୍ତୁ ନାହିଁ। ଗ୍ୟାସ୍‌କୁ ସିମ୍‌ କରି ଏହାକୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହାପରେ ଗ୍ୟାସ୍‌କୁ ବନ୍ଦ କରି ତାହାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଥଣ୍ଡା ହୋଇଗଲେ ଏହାକୁ ଅନ୍ୟ ଏକ ପାତ୍ରକୁ ବାହାର କରି ପିସ୍‌ ପିସ୍‌ କାଟି ପରସି ଦିଅନ୍ତୁ ସୁଆଦିଆ କଖାରୁ ପୋଡ଼ ପିଠା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    93 %
    1.6kmh
    100 %
    Wed
    25 °
    Thu
    26 °
    Fri
    26 °
    Sat
    29 °
    Sun
    27 °

    ସମ୍ବନ୍ଧିତ