Saturday, September 26, 2026
23.9 C
Odisha

    ବିଜେଡି ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳଙ୍କ ଇସ୍ତଫା

    ଆଗକୁ ପଢନ୍ତୁ

    କଳାହାଣ୍ଡି : ନିର୍ବାଚନ ପୂର୍ବରୁ ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ସୋମବାର ବିଜେଡିରୁ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ ଇସ୍ତଫା ଦେଇଛନ୍ତି । ସେ ଦଳର ରାଜ୍ୟ ସମ୍ପାଦକ ସହିତ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳର ସଭାପତି ଥିଲେ। ଚିତ୍ତରଞ୍ଜନ ନିଜ ଇସ୍ତଫାପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ତାଙ୍କୁ ବଦଳ ପକ୍ଷରୁ ଟିକେଟ ନ ମିଳିବାରୁ ସେ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଚିତ୍ତରଞ୍ଜନ ୨୦୧୯ରେ ସେ କଂଗ୍ରେସ ଟିକେଟରେ ନର୍ଲା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ପରେ ସେ ବିଜେଡିରେ ଯୋଗ ଦେଇଥିଲେ।

    ଚିତ୍ତରଞ୍ଜନ ନର୍ଲା ବିଧାନସଭା ଆସନରୁ ଲଢ଼ିବାକୁ ଚାହୁଁଥିଲେ। ତାଙ୍କ ଟିକେଟ କଟିବା ସହିତ ଦଳ ପକ୍ଷରୁ ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଥିଲା। ସେ ଅଭିଯୋଗ କରିଛନ୍ତି ୨୦୧୯ ସେପ୍ଟେମ୍ବରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। କିନ୍ତୁ ଏହାପରେ ବାରମ୍ବାର ଚେଷ୍ଟା ସତ୍ତ୍ବେ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରି ନାହାନ୍ତି। ଚିତ୍ତରଞ୍ଜନ ପୁଣି ଘର ବାହୁଡ଼ି କଂଗ୍ରେସକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    94 %
    2.6kmh
    100 %
    Sat
    30 °
    Sun
    29 °
    Mon
    29 °
    Tue
    30 °
    Wed
    29 °

    ସମ୍ବନ୍ଧିତ