Wednesday, September 9, 2026
29.9 C
Odisha

    ଏନ୍‌ଏସି ଉପାଧ୍ୟକ୍ଷଙ୍କ ବିରୁଦ୍ଧରେ ଅନସ୍ଥା: ଭୋଟ୍‌ ହେଲା, ଫଳାଫଳ ଆସିଲାନି

    ଆଗକୁ ପଢନ୍ତୁ

    କନ୍ଦମାଳ ଜିଲ୍ଲା ଘୁମୁସର ଉଦୟଗିରି ବିଜ୍ଞାପତି ଅଞ୍ଚଳ ପରିଷଦ (ଏନ୍‌ଏସି) ଉପାଧ୍ୟକ୍ଷଙ୍କ ବିରୁଦ୍ଧରେ ଆସିଥିବା ଅନସ୍ଥା ପ୍ରସ୍ତାବ ନାଟକରେ ଆଜି ଟୁଇଷ୍ଟ ଦେଖିବାକୁ ମିଳିଛି। ନିର୍ଦ୍ଧାରିତ ତାରିଖ ସମୟ ଅନୁସାରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ଏବଂ କାଉନସିଲରମାନେ ଏନ୍‌ଏସି ଅଫିସରେ ପହଞ୍ଚି ଥିଲେ। ଏନ୍‌ଏସି ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ ବିଳମ୍ବରେ ପହଞ୍ଚିଥିବାର ଦେଖିବାକୁ ମିଳିଥିଲା। ଅନସ୍ଥା ଆଣିଥିବା ସମସ୍ତ କାଉନସିଲରମାନେ ମଧ୍ୟ ଉପସ୍ଥିତ ଥିଲେ। ଉପାଧ୍ୟକ୍ଷ ସନ୍ତୋଷ ବାଘଙ୍କ ସମେତ ଆଉ କାଉନସିଲର ମୋନାଲିସା ଦଳବେହେରା (୪ନଂୱାର୍ଡ) ଏବଂ ନନ୍ଦିତା ପ୍ରଧାନ (୧୨ନଂ ୱାର୍ଡ) ଅନୁପସ୍ଥିତ ଥିଲେ। ବୈଠକ ଆରମ୍ଭ ହୋଇଥିଲା। ହେଲେ ଅନସ୍ଥାକୁ ନେଇ ଆଲୋଚନା ହୋଇପାରିନଥିଲା। କାରଣ ଏହି କାଉନସିଲରମାନେ ଅନୁପସ୍ଥିତ ଥିଲେ। ନିର୍ଦ୍ଧାରିତ ସମୟରେ ଅନସ୍ଥାକୁ ନେଇ ଏନ୍‌ଏସି କାଉନସିଲ ବୈଠକ ଗୃହରେ ଭୋଟ ଅନୁଷ୍ଠିତ ହୋଇଥିଲା।ଅନସ୍ଥା ଆଣିଥିବା ୯ଜଣ କାଉନସିଲର ଯଥା ସଂଗୀତା ନାୟକ, ନିଶାରାଣୀ ନାୟକ, କୁନ୍ତୀମା ମଲିକ, ସଂଜୀବ ପାତ୍ର, ଜାକେଶ ପ୍ରଧାନ, ଲକ୍ଷ୍ମୀପ୍ରିୟା ପରିଛା, ଭାରତୀ ବେହେରା, ଲିପିକା ପ୍ରଧାନ ଏବଂ ଦୀପକ ପ୍ରଧାନ ଅନାସ୍ଥା ଭୋଟରେ ଭାଗ ନେଇଥିବା ବେଳେ ୬ନଂ ୱାର୍ଡ କାଉନସିଲର ସିଦ୍ଧେଶ୍ୱରୀ ନାୟକ ଭୋଟଦାନରୁ ବିରତ ରହିଥିଲେ।

    ଅନସ୍ଥାକୁ ଆଖି ଆଗରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଏହାସହ ଅଗ୍ନିଶମ ବାହିନୀର କର୍ମଚାରୀଙ୍କୁ ମଧ୍ୟ ମୁତୟନ କରାଯାଇଥିବା ଦେଖୁବାକୁ ମିଳିଥିଲା। ଭୋଟ ପରେ ଭୋଟ୍‌ବାକ୍ସକୁ ସିଲ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପ୍ରକାରେ ଅନାସ୍ଥାର ସମସ୍ତ ପ୍ରକ୍ରିୟା କରାଯିବ। କିନ୍ତୁ ଫଳାଫଳ ଘୋଷଣା କରିବାରେ ରୋକ ଲାଗେଇଥିବା ସୂଚନା ପ୍ରଦାନ କରିଥିଲେ। ସିଲ ଭୋଟ ବାକ୍ସକୁ ଟ୍ରେଜେରିରେ ସୁରକ୍ଷିତ ଭାବେ ରଖାଯାଇଥିବା ବେଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ପରବର୍ତ୍ତୀ ତାରିଖର ନିଷ୍ପତ୍ତି ଅନୁସାରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।

    ସୂଚନାଯୋଗ୍ୟ, ୯ଜଣ କାଉନସିଲର ଦୀର୍ଘ ଦିନ ହେଲା ସହର ବାହାରେ ରହି ଏନ୍‌ଏସି ଉପାଧ୍ୟକ୍ଷଙ୍କ ବିରୁଦ୍ଧରେ ବିଭିନ୍ନ ଦୁର୍ନୀତି ଅଭିଯୋଗ ଆଣି ଗତ ୨୫ତାରିଖ ଦିନ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅନସ୍ଥା ପାଇଁ ଲିଖିତ ପତ୍ର ପ୍ରଦାନ  କରିଥିଲେ। ଏହା ପରେ କନ୍ଧମାଳ ଜିଲ୍ଲାପାଳ ଚଳିତ ମାସ ୬ତାରିଖ ଦିନ ସମସ୍ତ କାଉନସିଲରମାନଙ୍କୁ ଅନସ୍ଥା ନିମନ୍ତେ ୧୮ତାରିଖ ଦିନ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ବୈଠକ ଏବଂ ଆବଶ୍ୟକ ସ୍ଥଳେ ଭୋଟ କରାଯିବ ଏବଂ ସମସ୍ତେ ଉପସ୍ଥିତ ରହିବାକୁ ଚିଠି କରିଥିଲେ। ଚିଠି ପାଇବା ପରେ ଉପାଧ୍ୟକ୍ଷ ଅନସ୍ତା ବିରୁଦ୍ଧରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    29.9 ° C
    29.9 °
    29.9 °
    71 %
    3.5kmh
    89 %
    Wed
    30 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ