Sunday, April 5, 2026
36.1 C
Odisha

    ବିଶ୍ୱର ସବୁଠୁ ବଡ ୫ମ ଅର୍ଥ ବ୍ୟବସ୍ଥା, ହେଲେ ବିଶ୍ୱର ୧୦୦ ଧନୀ ଦେଶ ତାଲିକାରେ କାହିଁକି ନାହିଁ ଭାରତର ନାମ

    ଆଗକୁ ପଢନ୍ତୁ

    ଭାରତ ଏକ ଏଭଳି ଦେଶ ଯାହା ସାରା ବିଶ୍ୱ ଉପରେ ନିଜର ଦବଦବା ଜମାଇ ରଖିଛି । ଆମେରିକା, ଚୀନ, ଜାପାନ, ଜର୍ମାନୀ ପରେ ଭାରତ ହେଉଛି ୫ମ ସବୁଠାରୁ ବଡ ଅର୍ଥବ୍ୟବସ୍ଥାର ଦେଶ । ମାତ୍ର ଯେବେ ଦୁନିଆର ସବୁଠାରୁ ଧନୀଦେଶର କଥା ଆସେ ତେବେ ବିଶ୍ୱର ୧୦୦ଟି ଶ୍ରେଷ୍ଠ ଧନୀ ଦେଶ ତାଲିକାରେ ଭାରତ ନାମ ନାହିଁ । ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଧନୀଦେଶ ତାଲିକାରେ ଏସିଆ ମହାଦେଶର ୪ଟି ଦେଶ ଥିବା ବେଳେ ୟୁରୋପ ମହାଦେଶର ୫ଟି ଦେଶ ରହିଛି । ପଶ୍ଚିମ ୟୁରୋପର ଏକ ଛୋଟ ଦେଶ ଲକ୍ଜମବର୍ଗ ବିଶ୍ୱର ସବୁଠାରୁ ଧନୀ ଦେଶ । ଏହି ଦେଶ ବେଲଜିୟମ, ଫ୍ରାନ୍ସ ଓ ଜର୍ମାନୀକୁ ଘେରି ରହିଛି । ଏଠିକାର ଜିଡିପି ପ୍ରତି ବ୍ୟକ୍ତିଙ୍କ ଆୟ ୧୪୩,୩୨୦ ଡଲାର ଅଟେ ।

    ଯଦି ବିଶ୍ୱର ଧନୀଦେଶ ମାନଙ୍କ ତାଲିକା ଦେଖିବା ତେବେ ଭାରତର ସ୍ଥାନ ୧୨୯ ନମ୍ବରରେ ରହିଛି । ଭାରତର ଜିଡିପି ପ୍ରତି ବ୍ୟକ୍ତି ଆୟ ୨୬୭୩ ଡଲାର ଅର୍ଥାତ ୨.୨୧ ଲକ୍ଷ ଟଙ୍କା । ଏହି କ୍ରମରେ ଯଦି ବିଶ୍ୱ ଜିଡିପିର କଥା କୁହାଯିବ ତେବେ ଭାରତ ୫ମ ସ୍ଥାନରେ ରହିଛି । ଅର୍ନ୍ତରାଷ୍ଟ୍ରୀୟ ମୂଦ୍ରା ପାଣ୍ଠିର ୨୦୨୩ ଆକଳନ ମୁତାବକ ୨୦୨୭ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବଡ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି । ୨୦୧୪ରେ ଭାରତ ଏହି ତାଲିକାର ୧୦ମ ସ୍ଥାନରେ ଥିଲା । ପ୍ରତିବ୍ୟକ୍ତି ଆୟ ତୁଳନାରେ ଭାରତର ସ୍ଥିତି ଏବେ ପଡୋଶୀ ଦେଶ ବାଂଲାଦେଶ ଓ ଶ୍ରୀଲଙ୍କା ଠାରୁ ମଧ୍ୟ ଖରାପ । ହେଲେ ଆଇଏମଏଫର ଆକଳନ ମୁତାବକ ୨୦୨୭ ସୁଦ୍ଧା ଭାରତର ପ୍ରତି ବ୍ୟକ୍ତିଙ୍କ ବାର୍ଷିକ ଆୟ ୩୪୬୬ ଡଲାରରେ ପହଂଚିବ ।

    ଭାରତର ଅର୍ଥ ବ୍ୟବସ୍ଥା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ହେଲେ ଏହାର ଲାଭ ସମାନ ଭାବେ ସାଧାରଣ ଲୋକଙ୍କୁ ମିଳୁନାହିଁ । ଭାରତ ବିଶ୍ୱର ଶ୍ରେଷ୍ଠ ୧୦୦ ଧନୀଦେଶ ତାଲିକାରେ ନ ରହିବା ପଛରେ ଅସମାନତା ବଡ କାରଣ । ଗୋଟିଏ ପଟେ ଦେଶର ନିର୍ଦ୍ଧିଷ୍ଟ କିଛି ଲୋକଙ୍କ ପାଖରେ ସର୍ବାଧିକ ସମ୍ପତ୍ତି ଠୁଳ ହେବାରେ ଲାଗିଛି   । ସେପଟେ କୋଟି କୋଟି ଲୋକ ଗରୀବ ସୀମାରେଖା ତଳେ ଜୀବନ ଅତିବାହିତ କରୁଛନ୍ତି । ଅକ୍ସଫାର୍ମ ଇଣ୍ଟରନ୍ୟାସନାଲ ରିପୋର୍ଟ ମୁତାବକ ଭାରତର ୧ ପ୍ରତିଶତ ଲୋକଙ୍କ ପାଖରେ ଦେଶର ୪୦ ପ୍ରତିଶତ ସମ୍ପତ୍ତି ଠୁଳ ହୋଇଛି । ଏହାର ଅର୍ଥ ମୋଟ ଜନସଂଖ୍ୟାର ଏକ ଛୋଟଭାଗ ଦିନକୁ ଦିନ ଧନୀ ହେବାରେ ଲାଗିଛି । ସେପଟେ ଭାରତର ବୁନିଆଦି ଢାଞ୍ଚ ଏପର୍ଯ୍ୟନ୍ତ ବିଶ୍ୱସ୍ତରୀୟ ମାନକ ପାଖରେ ପହଂଚିପାରିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    36.1 ° C
    36.1 °
    36.1 °
    24 %
    2.5kmh
    40 %
    Sun
    35 °
    Mon
    37 °
    Tue
    37 °
    Wed
    39 °
    Thu
    37 °

    ସମ୍ବନ୍ଧିତ