Tuesday, October 6, 2026
23.8 C
Odisha

    ନୀତିଶଙ୍କ ୟୁ ଟର୍ଣ୍ଣ : ବିହାରରେ ପୁଣି ହୋଇପାରେ ବିଜେପି ସରକାର

    ଆଗକୁ ପଢନ୍ତୁ

    ପାଟଣା: ବିହାରର ରାଜନୀତି ଘଡିକେ ଘୋଡା ଛୁଟୁଛି। ଆଗାମୀ ଦୁଇ ଦିନ ମଧ୍ୟରେ ବିହାର ରାଜନୀତିରେ ବଡ ଧରଣର ଓଲଟପାଲଟ ହୋଇପାରେ । ଭାଙ୍ଗିପାରେ ଜେଡିୟୁ-ଆରଜେଡି ମେଣ୍ଟ ସରକାର । ଆରଜେଡିକୁ ବାଏ ବାଏ କରି ବିଜେପି ସହ ମିଶି ସରକାର ଗଠନ କରିପାରନ୍ତି ନୀତିଶ କୁମାର । ଏନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି । ଆସନ୍ତା ୨୮ ଜାନୁଆରୀରେ ନୀତିଶ କୁମାର ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ସେହିଭଳି ସୁଶୀଳ ମୋଦି ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଆସନ୍ତା ରବିବାର ନୀତିଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ବର୍ତ୍ତମାନ ଜନତା ଦଳ (ୟୁନାଇଟେଡ୍) ଏବଂ ରାଷ୍ଟ୍ରୀୟ ଜନତା ଦଳ ସରକାରରେ ମୁଖ୍ୟମନ୍ତ୍ରୀ ଥିବା ନୀତିଶ ବିଜେପି-ଜେଡିୟୁ ସରକାରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଅନ୍ୟପଟେ ନୀତିଶ କୁମାର ତାଙ୍କ ଶାସକ ପାର୍ଟନର ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଏବଂ ଇଣ୍ଡିଆ ବ୍ଲକ ସଦସ୍ୟ କଂଗ୍ରେସ ଉପରେ ରାଗିଛନ୍ତି। ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟଙ୍କ ଡିଲିଟ୍‌ ହୋଇ ଯାଇଥିବା ଏକ ଟ୍ବିଟ୍‌ ତାଙ୍କୁ ଆଘାତ ଦେଇଛି। ଯେଉଁଥିରେ ରୋହିଣୀ ବିହାର ମୁଖ୍ୟମନ୍ତ୍ରୀଙ୍କ ‘ପାରିବାରବାଦ’ ମନ୍ତବ୍ୟକୁ ନେଇ କଡ଼ା ଜବାବ ଦେଇଥିଲେ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଂଶବାଦ ରାଜନୀତିକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.8 ° C
    23.8 °
    23.8 °
    87 %
    1.5kmh
    1 %
    Tue
    23 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ