Monday, April 6, 2026
23.6 C
Odisha

    ଘନ କୁହୁଡ଼ି ଯୋଗୁଁ ଟେମ୍ପୋକୁ ଧକ୍କାଦେଲା ଟ୍ୟାଙ୍ର, ୧୨ ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଏକ ଟ୍ୟାଙ୍କର ଆଲ୍ଲାହାଗଞ୍ଜ ପୋଲିସ ଷ୍ଟେଶନ ଅଞ୍ଚଳରେ ଟେମ୍ପୋକୁ ଧକ୍କା ଦେଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ଏହି ଘଟଣା ସେହରା ମାଉ ସାଉଥ ପୋଲିସ ଷ୍ଟେଶନ ଅଞ୍ଚଳରେ ଘଟିଛି।ଏହି ଦୁର୍ଘଟଣାର ସମସ୍ତ ଯାତ୍ରୀ ଘାଟିଆ ଘାଟ ଗଙ୍ଗାରେ ଗାଧୋଇବାକୁ ଜିଲାର ମଦନାପୁର ପୋଲିସ ଷ୍ଟେଶନ ଅଞ୍ଚଳର ଦମଗଢ଼ା ଗ୍ରାମରୁ ଯାତ୍ରା ଆରମ୍ଭ କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏସପି ଅଶୋକ କୁମାର ମୀନା ଘଟଣାସ୍ଥଳରେ ପହଞ୍ଚିଥିଲେ। ସୁରେଶ କାଶ୍ୟପ ତାଙ୍କ ପରିବାର ସଦସ୍ୟଙ୍କୁ ନିଜ ଟେମ୍ପୋରେ ଗଙ୍ଗାରେ ଗାଧୋଇବାକୁ ନେଇ ଯାଉଥିଲେ। ଏହି ସମୟରେ ଟ୍ୟାଙ୍କର ଆଲ୍ଲାହାଗଞ୍ଜ ରୋଡ ନିକଟରେ ଟେମ୍ପୋକୁ ଧକ୍କା ଦେଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏହା ସହିତ ଅଧିକାରୀମାନଙ୍କୁ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାରପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ଭେଟି ସେମାନଙ୍କୁ ସମବେଦନା ଜଣାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    73 %
    1.7kmh
    3 %
    Sun
    24 °
    Mon
    38 °
    Tue
    35 °
    Wed
    37 °
    Thu
    37 °

    ସମ୍ବନ୍ଧିତ