Friday, October 2, 2026
29.9 C
Odisha

    ପୁଟିନଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

    ଆଗକୁ ପଢନ୍ତୁ

    ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ପୁଟିନ କହିଛନ୍ତି ସାରା ବିଶ୍ୱରେ ଅଶାନ୍ତି ଦେଖା ଦେଇଥିଲେ ମଧ୍ୟ ଭାରତରେ ଆମର ପ୍ରକୃତ ବନ୍ଧୁ ମୋଦିଙ୍କ ସହ ସମ୍ପର୍କ କ୍ରମାଗତ ଭାବରେ ଅଗ୍ରଗତି ହୋଇଛି। ୟୁକ୍ରେନର ପରିସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନେକ ଥର ସେଠାକାର ପରିସ୍ଥିତି ଉପରେ ନଜର ରଖିବାକୁ କହିଥିଲି। ଯାହାକି ଯଥାସମ୍ଭବ ସେ କରିବାକୁ ମଧ୍ୟ ଇଚ୍ଛୁକ ହୋଇଥିଲେ। ମୋଦିଙ୍କୁ ଋଷିଆକୁ ଆସିବାକୁ ନିମନ୍ତ୍ରଣ କରିବାକୁ ଯାଇ ପୁଟିନ କହିଛନ୍ତି ଆମର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ମୋଦୀ ଋଷିଆ ଗସ୍ତରେ ଆସିଲେ ଆମେ ଖୁସି ହେବୁ । ସେପଟେ ଆସନ୍ତା ବର୍ଷ ଭାରତରେ ସାଧାରଣ ନିର୍ବାଚନ ଥିବାରୁ ବନ୍ଧୁ ମୋଦିଙ୍କୁ ନିର୍ବାଚନର ସଫଳତା କାମନା କରିଛନ୍ତି ପୁଟିନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ