Monday, September 28, 2026
23.1 C
Odisha

    ପୋଲ ଉପରେ ଖରାପ ହେଲା ଟ୍ରେନ; ଜୀବନକୁ ବିପଦରେ ପକାଇ ତ୍ରୁଟି ସୁଧାରିଲେ ଦୁଇ ଚାଳକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିହାରର ସମସ୍ତିପୁରରେ ପ୍ରେସର ଲିକେଜ କାରଣରୁ ଟ୍ରେନ ପୋଲ ଉପରେ ଅଟକି ଯାଇଥିଲା।  ଏହାପରେ ଲୋକୋପାଇଲଟ ଓ ସହାୟକଲୋକୋପାଇଲଟ ନିଜ ଜୀବନକୁ ବିପଦରେ ପକାଇ ତ୍ରୁଟିକୁ ସୁଧାରିବା ପରେ ଟ୍ରେନଟି ପୁଣି ସ୍ବାଭାବିକ ଭାବେ ଯାତ୍ରା ଆରମ୍ଭ କରିଥିଲା। ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ସମସ୍ତିପୁର ରେଳମଣ୍ଡଳର ବାଲ୍ମିକୀ ନଗର ଓ ପନିୟ‌ାୱା ଷ୍ଟେସନ ମଧ୍ୟ‌ରେ ତିଆରି ହୋଇଥିବା ପୋଲ ସଂଖ୍ୟା ୩୮୨ରେ ହଠାତ ଲୋକୋ ଇଞ୍ଜିନର ଅନଲୋଡର ବାଲଭରେ ଏୟାର ପ୍ରେସର ଲିକେଜ ହେବାକୁ ଆରମ୍ଭ ହୋଇଥିଲା। ଏହି କାରଣରୁ ଅଧା ରସ୍ତାରେ ଟ୍ରେନ ଅଟକି ଯାଇଥିଲା। ଯେଉଁ ସ୍ଥାନରେ ଲିକେଜ ହେଇଥିଲା। ସେଠାରେ ପହଞ୍ଚିବାର କୌଣସି ରାସ୍ତା ନଥିଲା। ‌ସେଥିପାଇଁ ଲୋକୋ ପାଇଲଟ ଓ ସହାୟକ ଲୋକୋପାଇଲଟ କୌଣସି ଉପାୟ ନପାଇ ନିଜ ଜୀବନକୁ ବିପଦରେ ପକାଇ ଟ୍ରେନ ତଳେ ଘୁଷୁଡ଼ି ଘୁଷୁଡ଼ି ଲିକେଜ ଠିକ କରିବାକୁ ଯାଇ ପହଞ୍ଚି ଯାଇଥିଲେ।

    ଅନେକ ସମୟ ଧରି ପରିଶ୍ରମ କରିବା ପରେ ଯାଇ ଇଞ୍ଜିନର ଅନ‌ଲୋଡର ବାଲଭରୁ ହୋଇଥିବା ଏୟାର ପ୍ରେସର ଲିକେଜ ଠିକ ହୋଇଯାଇଥିଲା। ଏହାପରେ ଟ୍ରେନଟି ସ୍ବାଭାବିକ ଭାବେ ଯାତ୍ରା ଆରମ୍ଭ କରିଥିଲା।

    ଲୋକୋପାଇଲଟ ଓ ସହାୟକଲୋକୋପାଇଲଟ ଦୁଇଜଣଙ୍କ ସାହାସିକ ଉଦ୍ୟମ ପାଇଁ ଲୋକେ ଉଭୟଙ୍କୁ ଭୁରିଭୁରି ପ୍ରଶଂସା କରୁଛନ୍ତି। ଏହି ଘଟଣାକୁ ନେଇ ସମସ୍ତିପୁର ରେଳ ମଣ୍ଡଳର ଡିଆରଏମ ବିନୟ ଶ୍ରୀବାସ୍ତବ ଦୁଇଚାଳକଙ୍କୁ ୧୦ହଜାର ଟଙ୍କାର ପୁରସ୍କାର ରାଶି ସହିତ ପ୍ରଶଂସାପତ୍ର ଦେବାକୁ ଘୋଷଣା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.1 ° C
    23.1 °
    23.1 °
    89 %
    1.5kmh
    2 %
    Sun
    23 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ