Sunday, March 22, 2026
25.7 C
Odisha

    ସିରିଜ ଦୁର୍ଘଟଣା, ୧୪ ଗୁରୁତର

    ଆଗକୁ ପଢନ୍ତୁ

    ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ଥାନା ଲିଲିଗଡ଼ ନିକଟସ୍ଥ କେନ୍ଦୁଘାଟିରେ ସିରିଜ ଦୁର୍ଘଟଣା ଘଟିଛି। ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ ଓ ଗୋଟିଏ ପିକ ଅପ ଭ୍ୟାନକୁ ଧକ୍କା ଦେଇ ରାସ୍ତାରେ ୨୦ ଫୁଟ ତଳକୁ ଓଲଟି ପଡିଛି ଏକ ଯାତ୍ରୀବାହୀ ବସ୍। ଫଳରେ ଉଭୟ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଜଣ ଗୁରୁତର ଥିବାବେଳେ ୪ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ସମସ୍ତ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ଗୁରୁତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସମସ୍ତ ଆହତ ମାଲକାନଗିରି ଅଞ୍ଚଳର ବୋଲି ଜଣାପଡିଛି।

    ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ପୁରୀରୁ ମାଲକାନଗିରି ଯାଉଥିଲା। ରାତି ପ୍ରାୟ ସାଢେ ଗୋଟାଏ ବେଳେ ଲିଲିଗଡ଼ କେନ୍ଦୁଘାଟିରେ ରାସ୍ତା କଡ଼କୁ ଖସିପଡ଼ିଥିଲା ତେବେ ରାସ୍ତା କଡ଼ରେ ବସଟି ଥିବାବେଳେ ଆଗରେ ଏକ ପିକ ଅପ ଭ୍ୟାନ ଠିଆ ହୋଇଥିଲା । ଏହି ସମୟରେ ଭୁବନେଶ୍ୱରରୁ ମାଲକାନଗିରି ଯାଉଥିବା ମହାକାଳେଶ୍ୱର ନାମକ ଆଉ ଏକ ଯାତ୍ରୀବାହୀ ବସ୍ ଓ ପିକ ଅପକୁ ପଛପଟୁ ଧକ୍କା ଦେଇ ରାସ୍ତାର ୨୦ଫୁଟ ତଳକୁ ଖସି ଓଲଟି ପଡିଛି। ମୋହନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ତଦନ୍ତ କରୁଥିବା ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    25 %
    1.5kmh
    0 %
    Sun
    27 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ